STORYMIRROR

Ajit Kumar Raut

Abstract Inspirational

4  

Ajit Kumar Raut

Abstract Inspirational

ଜଗନ୍ନାଥ ହେ

ଜଗନ୍ନାଥ ହେ

1 min
221


ବିଚ୍ଛିନ୍ନା ଭୂମିର ମାୟା ଠାକୁର ହେ

ଅମୄତର କୄପାସିନ୍ଧୁ,

ଆହେ ଜଗନ୍ନାଥ ପତିତପାବନ

ହୄଦୟର ପୁଣ୍ୟ ବିନ୍ଦୁ।୧।


ତୁମେ ନିରାକାର ଅନନ୍ତ ଅସୀମ

ତୁମେ ଦୟାନିଧି ପ୍ରଭୁ,

ଅନନ୍ତ ଅସୀମ କୄପାସିନ୍ଧୁ ପ୍ରଭୁ

ଜଗତର କର୍ତ୍ତା ପ୍ରଭୁ।୨।


ସର୍ବୋପରି ତୁମେ ଏ ଭୂ ମଣ୍ଡଳରେ

ଜୀବନ ଆଧାର ପ୍ରଭୁ,

ନିଳାଞ୍ଚଳ ପ୍ରଭୁ ଯୁଗ ଅବତାର

ପ୍ରେମ ଭକ୍ତି ଶ୍ରଦ୍ଧା ପ୍ରଭୁ।୩।


ବିଚ୍ଛିନ୍ନା ଭୂମିରେ ଭାଷାଶୂନ୍ୟ ଏବେ

ଦୟା କରିବେଟି ପ୍ରଭୁ,

ଭାଷାର ପ୍ରଦୀପ ପ୍ରଜ୍ଜଳିତ କର

ଭକ୍ତି ତବ ପଦେ ପ୍ରଭୁ।୪।


ଭାଷାର ଗୌରବ ପ୍ରତିଷ୍ଠିତ ହେଉ

ଭୂମିର ସମ୍ମାନ ହେଉ,

ଦୟା କରିବେଟି ପ୍ରଭୁ ଜଗନ୍ନାଥ

ଅଭିଳାଷା ପୁରା ହେଉ।୫।


ବିଚ୍ଛିନ୍ନା ଭୂମିର ମାୟା ଠାକୁର ହେ

ଅମୄତର କୄପାସିନ୍ଧୁ,

ଆହେ ଜଗନ୍ନାଥ ପତିତପାବନ

ହୄଦୟର ପୁଣ୍ୟ ବିନ୍ଦୁ।୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract