ମୁଁ କଳି କାଳ କୁତ୍ତା
ମୁଁ କଳି କାଳ କୁତ୍ତା
ଆଜି ସମାଜରେ ଚିନ୍ତାର କାରଣ
ଗଳି ଗଳି ବିନା ପଟି ବନ୍ଧା କୁତ୍ତା
ଅପେକ୍ଷା ନକରି ଝାମ୍ପି ନିଅନ୍ତି .....
ହୋ ହାଲ୍ଲା ଚିତ୍କାରରେ ଫଟେଇ
ଆପଣା ଶକ୍ତି ପ୍ରଦର୍ଶନରେ ବ୍ୟସ୍ତ ।
ମୁଁ ସମାଜରେ ପ୍ରଭୁତ୍ବ ବିସ୍ତାର କରିଛି
ତୁମେ ମୋର ଦାସ .....
ଯେତେ ହାଡ଼ ,କଣ୍ଟା ମୋ ଇଶାରାରେ
ବଣ୍ଟା ହେବ ।
କେଉଁ ଗଳିରେ କେତେ ଘରୁ ଦାନା ଆସିବ,
ମୋ ଠାରୁ ବଞ୍ଚିଲେ ତୁମର ଅଧିକାର ।
ମୁଁ କାହାର ପାଳତୁ ନୁହେଁ
ମୁଁ ସ୍ବାଧୀନ.......
କଳି କାଳର କୃତଘ୍ନ କୁକୁର
କିଏ ବିଶ୍ଵାସ କରୁ କି ନକରୁ.....
ଯେତେ ଧିକ୍କାର କଲେ ବି ଭୂଲି ଯାଏ
ଆପଣା ସ୍ବାର୍ଥ ପାଇଁ ।
କିଛି ପିଲା ଆୟତରେ ରଖି ଲଢେ
ଭୀରୁ ମୋର ଜନ୍ମଗତ ଲକ୍ଷଣ
ମୁଁ ପଛରେ ଥାଇ ନିଆଁରେ ଘୃତ ଢାଳେ
ସାରା ରାତି ମନ୍ତ୍ରଣା କରି
ପାହାନ୍ତିଆରେ ରାସ୍ତା କଡ
ରାଜ ପ୍ରାସାଦରେ ସ୍ବପ୍ନ ବିଭୋରେ
ମଜ୍ଜି ଯାଏ ।
ଚିନ୍ତା କ'ଣ ? ଗୋଟାଏ ତାଳିରେ
ମୁହଁ ପାଖରେ ତାଜା ତାଜା ମାଂସ
ସେ ମନୁଷ୍ୟ ହେଉ କି ପଶୁ
ଫରକ୍ କଣ ,
ମୁଁ କ'ଣ ମୁଁ ତ ଜାଣେନା ........