STORYMIRROR

Sukadev Mahanta

Abstract Inspirational

4  

Sukadev Mahanta

Abstract Inspirational

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ

1 min
238

 ଦୁନିଆ ବୁକୁରେ   ବଞ୍ଚିବାକୁ ହେଲେ

      ଝଡଝଞ୍ଜା  ଆସି ଥାଏ

ପ୍ରାଣୀଙ୍କ ଆରତ   ଦୁଃଖ  ଅପ୍ରମିତ

    ଦେଖି କିଏ କେବେ ସହେ?

ସଂସାରର ସର୍ବ    ପ୍ରାଣୀର  ଜୀବନ

    ସମାନ ଅଟଇ ଜାଣ

ତୁମକୁ ଯେମନ୍ତ      ଯାତନା ଲାଗଇ

      ଅନ୍ୟର   ସହ ସମାନ||

ତୁମର ପିଠିରେ   ପ୍ରହାର କରିଲେ

     କଷ୍ଟ ଅନୁଭବ କର

ପରର ପିଠିରେ   ପ୍ରହାର ଦେବାକୁ

     କେହ୍ନେ ତୁମେ ଚିନ୍ତାକର??

ଆଜିର ସଂସାରେ   ମଣିଷ ହୋଇଛି  

      ଅତିଶୟ ସ୍ବାର୍ଥପର

ନିଜ ସ୍ବାର୍ଥଲାଗି     ପରର ଉପରେ

    କରେ ନାନା ଅତ୍ୟାଚାର||

ନିଜର ଉପରେ      ଅତ୍ୟାଚାର ହେଲେ

      ସେ ତା'କୁ ସହି ନ ପାରେ

ସେହି କଥାଟିକୁ       ଭୁଲି ଯାଇ ସିଏ

       ଅତ୍ୟାଚାର ମାନ କରେ ||

ଅନ୍ୟର  ଦୁଃଖକୁ     ବୁଝିପାରେ ନାହିଁ

       ଅନ୍ୟକୁ କଷଣ ଦିଏ

ଅନ୍ୟର  ଦୁଃଖକୁ      ନିଜର ଆଖିରେ

     ଦେଖୁ ଦେଖୁ ସହିଯାଏ||

ନିଜର ସମ୍ପତ୍ତି        ବୃଦ୍ଧିର ନିମନ୍ତେ

     ପରଧନ  ଲୁଟିିିନିଏ

ଅନ୍ୟକୁ ନିରନ୍ନ       କରିବାକୁ ସିଏ

      କେବେ  ପଛାଇ ନଥାଏ ||

ନିଜର ପେଟର       କ୍ଷୁଧା ଅନୁଭୁତି

    କିପରି ପାଶୋରି ଦିଏ

ଅନ୍ୟର ନିରନ୍ନ      କଷଣ କିପରି

    ଦେଖୁ ଦେଖୁ ସହିଥାଏ  ??  

ନିଜ ଦାରା ସୁତା       ହୋଇଲେ ଧର୍ଷିତା

    ଯଦି  ସହି ପାରୁନାହଁ,

ପର ଦାରା ସୁତା    ଧର୍ଷଣ କାମନା

     କିପରି  କରୁଛ କୁହ !!

ତୁମର ହାତରେ      କ୍ଷତଟେ ହୋଇଲେ

      ତା କଷ୍ଟ ସହି ନ ପାର

ପରର ଶରୀରେ     ଅସ୍ତ୍ରର ଆଘାତ

      କୁହ କେହ୍ନେ ସହିପାର ||

ସଂସାରରେ ଆଜି    ମଣିଷ ଜୀବନ

     ଅଟଇ ଜଞ୍ଜାଳମୟ

ସକଳ ପ୍ରାଣୀର      ଜୀବନ ଅଟଇ

      ସଂସାରରେ ଦୁଃଖମୟ ||

ଦୁଃଖର କାରଣ    ଅଟଇ କାମନା 

     ଜାଣିବ ସକଳ ଜନ 

କାମନା ବିନାଶେ     ଦୁଃଖର ବିନାଶ

     ହୋଇଥାଏ ବୋଲି ଜାଣ ||

ଆଜିର ସମୟେ    ପ୍ରାଣୀଙ୍କ ଆରତ

      ଦୁଃଖ ଅଟେ ଅପ୍ରମିତ

ପ୍ରାଣୀଙ୍କର ଦୁଃଖ    ଦେଖି ମୋ ନୟନୁ

       ଝରେ ଲୁହ ଅପ୍ରମିତ ||

ଗୋଟିଏ ଅଙ୍ଗକୁ      ପ୍ରହାର କରିଲେ  

      ସମଗ୍ର ଦେହକୁ ବାଧେ

 ସମାଜର ଏକ      ଅଙ୍ଗକୁ ବାଧିଲେ

     ସମଗ୍ର ସମାଜେ ବାଧେ ||

ଆହେ ପରଂବ୍ରହ୍ମ       ତୁମ ପାଦ ତଳେ

     କରଇ କୋଟି ମିନତି  

ଜଗତ କଲ୍ୟାଣ   ପାଇଁ ମୋ ଦେହରେ

    ଭରିଦିଅ ତୁମେ ଶକ୍ତି||

ପର ଦୁଃଖ ଦେଖି    ମୋ ଦୁଇ ଆଖିରୁ   

      ଝରିପଡୁ ଲୁହଧାର 

ପର ମନେ ଦୁଃଖ    ଦେଲା ଭଳି କେବେ

     ମୁଖୁ  ନ ବାହାରୁ ଗିର ||

ପରକୁ କଷଣ    ଦେଲା ଭଳି କର୍ମ

    ତେଜିବାକୁ ଦିଅ ଶକ୍ତି

ତୁମ ଶ୍ରୀଚରଣେ   ରହିଥାଉ ମୋର

   ମନରେ ସର୍ବଦା ଭକ୍ତି ||

“ପ୍ରାଣୀଙ୍କ ଆରତ   ଦୁଃଖ ଅପ୍ରମିତ

    ଦେଖୁ ଦେଖୁ କେ ବା ସହୁ

ମୋ ଜୀବନ ପଛେ    ନର୍କେ  ପଡିଥାଉ

       ଜଗତ ଉଦ୍ଧାର ହେଉ |” 

ସନ୍ଥ କବିଙ୍କର       ଏ ମହତ ବାଣୀ

     ହୃଦେ ଗୁଞ୍ଜରିତ   ହେଉ

ଜଗତବାସୀଙ୍କ        ଦୁଃଖ ଅପ୍ରମିତ

       ବିନାଶେ ତତ୍ପର ହେଉ||

ପ୍ରତିଟି ହୃଦୟେ     ଈଶ୍ବରଙ୍କ ସତ୍ତା

      ସକଳର ବୋଧ  ହେଉ

ପରର କଷଣ      ପ୍ରଭୁଙ୍କ କଷଣ

      ସକଳର ଧ୍ୟେୟ ହେଉ ||

“ମାନବର ସେବା   ମାଧବଙ୍କ ସେବା”

      ସକଳ ମାନବ ବୁୁଝୁ

ମାନବର ସେବା     କରିଯାଉ ସିଏ

      ସର୍ବ କଷ୍ଟ ସଙ୍ଗେ ଯୁଝୁ ||

ପ୍ରାଣୀଙ୍କ ଆରତ   ଦୁଃଖ ଅପ୍ରମିତ

    ସମୂଳେ ବିନାଶ ହେଉ

ପରର ଆରତ     ବୁଝିବାର  ଶକ୍ତି

     ପ୍ରାଣରେ ଉଦ୍ରେକ ହେଉ||



Rate this content
Log in

Similar oriya poem from Abstract