ବାଟ
ବାଟ
ଜୀବନକୁ କେତେ ବା ଚିହ୍ନିଛି ମୁଁ
ଆଉ କାହାକୁ ଚିହ୍ନିଛି ଜଣା ନାହିଁ
ଜୀବନ ପଥ ର ବାଟୋଇ ଟିଏ ମୁଁ
ବାଟ ଟି ଏକା ମୋର ଚିହ୍ନା ଜଣା I
କେତେବେଳେ ବାଟ ଆପଣେଇ ନିଏ
ଅନ୍ତରଙ୍ଗତାର ହାତ ବଢେଇ ତ
କେତେବେଳେ ପୁଣି
ଅଜଣା ଅଚିହ୍ନା ପରି ଲୁଚି ବୁଲେ
ପ୍ରତିକ୍ଷଣ ଦିଗହରା କରେ I
ମୁଁ ଆଉ କଣ କରି ପାରିଥାନ୍ତି କୁହ
କ୍ଷେତ ଯଦି ଫସଲ ଖାଇବ
ତାକୁ ଜଗିବ ବା କିଏ ?
ଏତେ ନିଜର ହେଲା ପରେ ବି
ବାଟ ଯଦି ଅବାଟକୁ ବାଟ କଢେଇବ
ମୁଁ କାହିଁକି
କିଏ ବା କଣ କରି ପାରିବ ?
ହେଲେ ମୋ ଆଖିର ଲୁହ
ନେଇ ପାରିବ ବା କିଏ ?
ଦୁଇଟୋପା ଲୁହ ନିଗାଡି ଦେବା ଛଡା
ମୋ ପାଖରେ
ବାଟ ବା ଆଉ କଣ ଅଛି ?