ପ୍ରେୟସୀ
ପ୍ରେୟସୀ


କେହିତ ଜଣେ ଆସୁଛି ନିତି
ଭାଙ୍ଗୁଛି ମୋର ସ୍ବପ୍ନ
ଭାବୁଛି ବସି ଅନେକ କଥା
ଖୋଜୁଛି ତାକୁ ମନ ।
ଆସିବ କେବେ ଜାଣିନି ମନ
ତଥାପି ତାକୁ ଖୋଜେ
ଗରମ ରାତି ଥରୁଆ ଛାତି
ପ୍ରେମରେ ଦେହ ଭିଜେ ।
ଆଙ୍କୁଛି ଆଖି ତାଆରି ଛବି
ଗପୁଛି ମନେ ମନେ
ପାଗଳ କହେ କେହି ଦେଖିଲେ
ରାତିରେ ଅବା ଦିନେ ।
ପ୍ରେୟସୀ ନିଶା ହୃଦୟ ଭାଷା
ପଢିବ ବୋଲି ଆଖି
ଆଖିଏ ସ୍ବପ୍ନ ସାଇତି ରଖେ
ସ୍ପନ୍ଦନ ଏକା ସାକ୍ଷୀ ।
ସ୍ବପ୍ନରୁ ଯେବେ ଆସଇ ଫେରି
ଓଠରୁ ଝରେ ହସ
ଦେଖିନି କେବେ କେମିତି ସିଏ
କେମିତି ତାର ବେଶ ।
ସତେକି ମୋତେ ପାରିବ ବୁଝି
କୋଳେଇ ନେବ କୋହ
ଭାବୁଛି ଯେବେ ଏପରି କିଛି
ଲାଗୁଛି ମାୟା ମୋହ ।।