ଜୀବନ ଗୀତ-୨୬୧
ଜୀବନ ଗୀତ-୨୬୧


ଆଳିମାଳିକା ସଂପର୍କ
ଯେତେସବୁ ଜୀବନର
ତୁଟିଯାଏ ନିମିଷକେ
ହେଲେ ସେ ଆଖିରୁ ଦୂର ॥୦॥
ସୁଖକୁ ହଜାଇ ଦେଇ
ଖୋଜୁଛି ମଣିଷ ଆଜି
ଆକୁଳ ବିକଳ ହୋଇ
ପାଉନାହିଁ ଶାନ୍ତି ଖୋଜି
ସମୟ ତ ଚୋରାବାଲି
ଢାଙ୍କିଦିଏ ସବୁ ଖାଲି
ଖୋଜିଖୋଜି ମିଳେନାହିଁ
ପରିଚୟ ବି ନିଜର ॥୧॥
ସ୍ୱପ୍ନ ସବୁ ଇଡିଯାଏ
ଆଙ୍ଗୁଳି ସନ୍ଧିରୁ ନିତି
ସରିସରି ଯାଏ ସବୁ
ଦେହର ସଞ୍ଚିତ ତାତି
ସଫଳତା ସୁନାଖଣି
ଜୀବନରେ ତ ମିଳେନି
ଧାଇଁଧାଇଁ ଶେଷେ ଖାଲି
ହାରିବାଟା ହୁଏ ସାର ॥୨॥