Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Tragedy Inspirational Others

3  

Prabhati Mahapatra

Tragedy Inspirational Others

କରୋନା ଯୋଦ୍ଧା

କରୋନା ଯୋଦ୍ଧା

1 min
182


ଧରା ପୃଷ୍ଠେ ବିଧି ଖଞ୍ଜି ଦେଲା ବ୍ୟାଧି

ଅସହ୍ୟ ଯନ୍ତ୍ରଣା ଜାତ

ଜୀବନର ଏଠି ମୂଲ୍ୟ କିଛି ନାହିଁ

କେବେ ଜନ୍ମ କେବେ ମୃତ ।


ପ୍ରାଣର ସୁରକ୍ଷା କରିଛି ପ୍ରତୀକ୍ଷା

ସଂଜୀବନୀ ମହୋଷଧି

ଯୋଦ୍ଧା ପ୍ରୟୋଜନ ଅନ୍ୱେଷଣ ପାଇଁ

ବୃକ୍ଷ କିବା ମହୋଦଧି ।


ଯେସନେ ପତଙ୍ଗ ପ୍ରାଣ ତ୍ୟାଗ ପାଇଁ

ଅନଳେ ନକରେ ଭୟ

ସେହି ରୂପେ ଆଜି କର୍ମ ନିୟୋଜନେ

କରୋନାକୁ ଦିଏ ଲୟ ।


ସୀମାରଖି ପରି ଜୀବନ କାନ୍ଥରେ

ସେବିକା ନଜର ଥାଏ

ସୁସ୍ଥ ପରିବେଶ   ସୃଷ୍ଟି କରିବାକୁ

ଆପଣା ପ୍ରାଣକୁ ଦିଏ ।


ପ୍ରତ୍ୟେକ ମନୁଷ୍ୟ ସଂଘର୍ଷ କରଇ

ଭୂତାଣୁ ସଂକଟ ବୋହି

ଏମନ୍ତ ସମୟେ ଯିଏ ଛାୟା ଦିଏ

ଯୋଦ୍ଧାରେ ଗଣିତା ସେହି ।



Rate this content
Log in

Similar oriya poem from Tragedy