ଘରଛଡା
ଘରଛଡା
ଶରୀର ରଥଟା ସାରଥି ବିହୀନ
ମନ ବେଲଗାମ ଘୋଡ଼ା
ବିବେକ ବିହୁନେ ଅକ୍ଷମ ବିଭ୍ରମ
ବୁଦ୍ଧି ସବୁ ବାଟ ବଣା ।
ପରିବାର ଗ୍ରାମ ସମାଜରେ ନାହିଁ
ଅର୍ଥନୈତିକ ସ୍ଵାତନ୍ତ୍ର
ବୋଲାଏ ମଣିଷ ଶିକ୍ଷିତ ସ୍ଵାଧୀନ
ନୁହେଁ ସେ ଆତ୍ମନିର୍ଭର ।
ପଚାରୁ ନାହାଁନ୍ତି ପୁଅଝିଅ ମାନେ
ଅଭିମାନ ଅଭିଯୋଗ
ବିଦେଶକୁ ଯାଇ ଯାଉଛନ୍ତି ଭୁଲି
ଏହା ଆଧୁନିକ ରୋଗ ।
ନିନ୍ଦିବା ଭାଗ୍ୟକୁ ସ୍ୱଜନ କୁଟୁମ୍ବ
ଆରୋପ ବା ପ୍ରତ୍ୟାରୋପ
କାଦୁଅ ଫୋପଡା ହୋଇବାଟା ସାର
ହୋଇବନି କିଛି ଲାଭ ।
ବଦଳି ଯାଇଛି ସମୟ ବ୍ୟବସ୍ଥା
ମଣିଷ ଅର୍ଥ ସର୍ବସ୍ୱ
ସ୍ନେହ ଶ୍ରଦ୍ଧା ଦୟା ନାହିଁ ହୃଦୟରେ
ଯନ୍ତ୍ରବତ ଏ ମଣିଷ ।
ଅର୍ଥ ଉପାର୍ଜନେ ରଖିବ ଲାଳସା
ଭୋଗ ସୁଖ ମହାନିଶା
ବୃଦ୍ଧ ମାତାପିତା ହେବେ ଅସହାୟ
ଝୁରିହେବ ମାଟି ମାଆ ।
ଜୀବନର ଚକ୍ର ଅତ୍ୟନ୍ତ ଅସ୍ଥିର
ଶିକ୍ଷିତ ପାଶ୍ଚାତ୍ୟ ମୁଖୀ
ହୁଏ ଘରଛଡା ଦଉଡେ ଅବାଟେ
ଆଖିରେ ବନ୍ଧା ତା ପଟି ।
------
