STORYMIRROR

Rabindra kumar Sahoo

Tragedy

3  

Rabindra kumar Sahoo

Tragedy

"ବଞ୍ଚିବା ପାଇଁ ରାହା ଖୋଜୁଛି"

"ବଞ୍ଚିବା ପାଇଁ ରାହା ଖୋଜୁଛି"

1 min
218

   ବଞ୍ଚିବା ପାଇଁ ରାହା ଖୋଜୁଛି

   ମଣିଷ ଆଜି 

   ଚିକିତ୍ସା ପାଇଁ ସାହା ଖୋଜୁଛି

   ଜୀବନ ସହିତ ଯୁଝୁଛି

   ଜୀବିକା ତା'ର ହଜୁଛି

   ଆଖିରେ ଆଖିଏ ଲୁହ ନେଇ

   ଛାତିରେ ଛାତିଏ କୋହ ନେଇ

    ତା'ର ମନ ଓ ଆତ୍ମା ଭିଜୁଛି ।

   ବିଶ୍ଵାସ ବଦଳେ 

   ଯେଉଁ ଅବିଶ୍ବାସର ମଞ୍ଜି ବୁଣିଛି

   ପ୍ରତିଯୋଗିତା,

   ପ୍ରତିହିଂସା ପରାୟଣତା,   

   ପରଶ୍ରୀକାତରତାର

   ପରିଣାମ ଆଜି ଏ

   ସଭ୍ୟ, ଶିକ୍ଷିତ ମଣିଷ ଭୋଗୁଛି ।

   ବିକାଶ ନାଁ ରେ ବିନାଶକୁ

    ସେ ଡାକିଛି

    ଜୈବିକ ଯୁଦ୍ଧର ଡାକରା ଦେଇ

    ପୁଞ୍ଜିବାଦରେ ଛନ୍ଦି ହୋଇ

    ପୁଞ୍ଜି ପାଇଁ, କ୍ଷମତା ପାଇଁ  

    ବିଶ୍ଵେ ପ୍ରଥମ ସ୍ଥାନ

    ଧନ, ମାନ ଓ କ୍ଷମତାର

    ଅଧିକାର ପାଇଁ

    ଏ ମଣିଷ ଜାତି

    ତା' ନିଜ ଗୋଡେ

    ନିଜେ କୁରାଢୀକୁ

    ପରା ମାରିଛି

   ତା' ମଣିଷ ପଣିଆ ଓ

   ମାନବିକତାକୁ ହାରିଛି।

   ଜ୍ଞାନ, ବିଜ୍ଞାନର

   ବଡିମା ଦେଖାଇ

   ଜୀବାଣୁ, ଭୂତାଣୁଙ୍କ ସହ

   ପ୍ରୀତି ପରା ତା'ର ଘାରିଛି

   ସ୍ଵାର୍ଥ ପାଇଁ

   କୁଢ କୁଢ ଶବ ପରେ

   ଶବ ଶୋଭା ଯାତ୍ରା କରୁଛି

   ତଥାପି ଏ କ୍ଷମତା ଲିପ୍ସୁ ମନୁଷ୍ୟ

   ତା'ର କ୍ଷମତା ଲଢେଇକୁ

   କ'ଣ ଛାଡି ପାରୁଛି ?

   ରକ୍ତ ନଦୀରେ ସନ୍ତରଣ କରି

   ମହାମାନୀ ଦୁର୍ଯ୍ୟୋଧନ ପରି

   ଏ ମଣିଷ ଜାତି ଆଜି

   ଗର୍ବ ଅହଂକାରେ ବୁଡିଛି

   ସଭ୍ୟତା ନାଁ ରେ, ଶିକ୍ଷା ନାଁ ରେ,

   ବିକାଶ ନାଁ ରେ, ପ୍ରଗତି ନାଁ ରେ

   ନିଜ ଦୁର୍ଗତିକୁ ଡାକି ଆଣୁଛି

   ହେଲେ ମହାଭାରତ ଯୁଦ୍ଧର

   ଶେଷ ଦୃଶ୍ୟ ପରି

   ଅଧୁନା ମାନବ ଜାତିର

   ବିଲୋପ କରି

   ମାନବ ସଭ୍ୟତାକୁ ଧ୍ଵଂସ କରି

   ସେ ଧ୍ଵଂସ ସ୍ତୂପରେ

   ରାଜୁତି କରିବ

   ହେ ଜନଶୂନ୍ୟ ନେତା

   ହୋଇ ବିଶ୍ଵ ବିଜେତା

   କାହାକୁ ଧରି ?

   ଏ ମଣିଷ ମାରି

   ହୋଇ ସ୍ଵାର୍ଥ ଓ ଅର୍ଥ ବେପାରୀ

   କ୍ଷମତାରେ ଅନ୍ଧ ହୋଇ

  ବିଶ୍ଵେ ରଚାଇ କ'ଣ

  ଉତ୍କଟ ମହାମାରୀ ଓ ବେକାରୀ ?

  ବିଷାକ୍ତ ପରିବେଶ ଓ

  ବିଷାକ୍ତ ବିଶ୍ଵରୁ

  ମଣିଷ ଆଜି ମୁକ୍ତି ଚାହୁଁଛି

  ମାନବ ଜାତି ଆଜି ଶାନ୍ତି ଚାହୁଁଛି

  ବଞ୍ଚିବା ପାଇଁ ରାହା ଖୋଜୁଛି

  ମଣିଷ ଆଜି

  ଚିକିତ୍ସା ପାଇଁ ସାହା ଖୋଜୁଛି। ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy