STORYMIRROR

Trushna Das

Abstract Tragedy

3  

Trushna Das

Abstract Tragedy

ମୁଁ ଯେ ନିଃସଙ୍ଗ ପଥିକଟିଏ

ମୁଁ ଯେ ନିଃସଙ୍ଗ ପଥିକଟିଏ

1 min
236

ମୁଁ ଯେ ନିଃସଙ୍ଗ ପଥିକଟିଏ

   ଜଣା ନାହିଁ ବାଟ ମୋତେ 

ଆଗେଇ ଚାଲିଛି ମୁଁ ଅନ୍ଧାର ପଥେ

   ଖୋଜିବାକୁ ଆଲୁଅ ଟିକେ ॥ 


ମୁଁ ଯେ ନିଃସଙ୍ଗ ପଥିକଟିଏ

   ଏ ଜୀବନ ପଥେ

ଆସିଥିଲେ ଜଣେ ସାଥୀ ହୋଇ କେବେ

   ହେଲେ ସପନ ଦେଖାଇ ଛାଡି ଦେଲେ ମୋତେ ଜୀବନର ଅଧା ବାଟେ ॥


ମୁଁ ଯେ ନିଃସଙ୍ଗ ପଥିକଟିଏ

   ଜଣେ ମୋତେ ବହୁତ ସପନ ଦେଖାଇଲେ ସତେ

ହେଲେ ସେ ଯେ ମରୀଚିକା ଥିଲେ 

   ଜଣା ନ ଥିଲା ଆଦୌ ମୋତେ ॥ 


ମୁଁ ଯେ ନିଃସଙ୍ଗ ପଥିକଟିଏ

   ବିଶ୍ୱାସରେ ମୋତେ ମିଳିଲା ଜହର ଏତେ

ଆଉ ନାହିଁ କାହାରି ପାଇଁ ବିଶ୍ୱାସ ମୋ ମନେ

   ଚୁରମାର ହୋଇ ଗଲା ମୋର ସପନ ଥିଲା ଯେତେ ॥ 


ମୁଁ ଯେ ନିଃସଙ୍ଗ ପଥିକଟିଏ

   ଜୀବନରେ ଆସିଛି ଏତେ ବଡ ଝଡ ଯେ

ସେଥିରୁ ତ୍ରାହି ପାଇବାକୁ ଖୋଜୁଛି ବାଟ ଯେତେ

   ଲାଗେ ଯେମିତି ସେ ସବୁ ଯେ କଣ୍ଟାର ପଙ୍କରେ ଆଚ୍ଛାଦିତ ହୋଇଛି ସତେ ॥ 


ମୁଁ ଯେ ନିଃସଙ୍ଗ ପଥିକଟିଏ

   ଜୀବନ ଯୁଦ୍ଧରେ 

ଆଜି ହାରି ଯାଇଥିବା ଯଦ୍ଧାଟିଏ

   ହୃଦୟରୁ ଝରୁଛି କୋହଭରା ରକତ ଆଜି ବିଶ୍ବାସଘାତକରେ ॥ 


ମୁଁ ଯେ ନିଃସଙ୍ଗ ପଥିକଟିଏ

   ନାହିଁ ମୋ ପାଖେ ଠିକଣାଟିଏ

ଆଜି ମୁଁ ହୋଇଛି ବାଟବଣା

   ବୁଝିଗଲି କେହି ନୁହଁନ୍ତି ଏଇଠି ଆପଣା। 


ମୁଁ ଯେ ନିଃସଙ୍ଗ ପଥିକଟିଏ

   ଗୋଲାପର ଶେଯ ଭାବି ମୁଁ ଯେ

ଶୋଇଲି କଣ୍ଟାର ଶେଯରେ

   ଗୋଲାପ ପାଖୁଡ଼ା ପରି ବିଖରୀ ଗଲି ମୁଁ ଯେ ॥ 


ମୁଁ ଯେ ନିଃସଙ୍ଗ ପଥିକଟିଏ

   ଲହୁଲୁହାଣୀ ହୋଇ ଯାଉଛି ଏକା ଆଗେଇ ଯେ

ରଙ୍ଗହୀନ ଏ ମୋ ଜୀବନେ 

   ପ୍ରେମର ପରିଭାଷା ଆଉ ନାହିଁ ଯେ ॥ 


ମୁଁ ଯେ ନିଃସଙ୍ଗ ପଥିକଟିଏ

   ନିଆଁରେ ଜଳୁଛି ମୋ ମନ ଓ ତନୁ ଯେ

ଛଟପଟ ହେଉଛି ମୋ ଆତ୍ମା ଏହି ଅର୍ଦ୍ଧ ଜଳନରେ

   ହେଲେ ଏହା ବୁଝାଇ ଦେଇଛି ଜୀବନର ସତ୍ୟତା ମୋତେ ॥ 


ମୁଁ ଯେ ନିଃସଙ୍ଗ ପଥିକଟିଏ

   ଏ ସ୍ୱାର୍ଥପର ଦୁନିଆରେ 

ସାଥୀଟିଏ ଆଉ ଲୋଡା ନାହିଁ ମୋତେ

   ଆଜି ମୁଁ ଏକା ବଞ୍ଚିବା ପାଇଁ ଶ୍ରେୟ ମନେ କରେ ସତେ ॥ 


ମୁଁ ଯେ ନିଃସଙ୍ଗ ପଥିକଟିଏ

   ନ ଥିଲେ ସାଥୀ, ରହିବ ନାହିଁ ବିଶ୍ୱାସଘାତକର ଚିହ୍ନଟିଏ

ଗାଡି ଚାଲିଥିବ ଜୀବନ ଏକା ତା ପଥେ

   ଅଟକି ଯିବ ସେ ଯେବେ ପହଞ୍ଚିବ ତା ଲକ୍ଷ୍ୟସ୍ଥଳେ ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract