STORYMIRROR

Gyanaranjan Sahoo

Tragedy Inspirational

3  

Gyanaranjan Sahoo

Tragedy Inspirational

ପ୍ରକୃତି ବିରୋଧାଭାସ କରିବ ସର୍ବନାଶ

ପ୍ରକୃତି ବିରୋଧାଭାସ କରିବ ସର୍ବନାଶ

1 min
250


ଧାବମାନ କାଳ ହୁଅଇ କରାଳ

ପ୍ରକୃତି ବିକୃତି ଯୋଗୁଁ ଦୂଷିତ ଅନିଳ

ଅପରିସୀମ ଆକାଶ କ୍ଷୋଭ ବଳାବଳ

ଜଳ ଭୂମି ପ୍ରଦୂଷିତ କ୍ରୋଧିତ ଅନଳ ।


ପଞ୍ଚଭୂତରୁ ସୃଷ୍ଟ ଏ ଜଗତ ସକଳ

ସେଥିରେ ନିହିତ ଦିବ୍ୟ ମଣିଷର ମୂଳ

ଆଜିର ଜନଜୀବନ ହିଂସ୍ର ବିଜ୍ଞାନରେ ଭୋଳ

କ୍ଷୁଧା ତୃଷା ନିବାରଣେ ଅନ୍ୟତ୍ର ହାରେ ଶ୍ରମଝାଳ ।


ପରିବେଶ ଭାରସାମ୍ୟ ବିଗାଡୁଛି ଆମ କୌତୁହଳ

ଅସୁର ପ୍ରବୃତ୍ତି ଆହରି ତା’ ବିରୁଦ୍ଧେ ଦେଖାଏ କୌଶଳ

ବିଶ୍ୱ ତାପମାନ ବଢ଼ାଏ ମଣିଷର ଖେଳ 

ହିମସ୍ଖଳନରେ ବର୍ଦ୍ଧିତ ସାଗର ଲଂଘିଲାଣି କୂଳ ।


ଘାରିଲାଣି ଜଳକଷ୍ଟ ବିଷାକ୍ତ ବାୟୁ ଚଳାଚଳ

ବୈଷୟିକ ଜ୍ଞାନ ପ୍ରଯୁକ୍ତି ବିଜ୍ଞାନ ପ୍ରକୃତିର ତାଳମେଳ

ବିଷମ ହେଲାଣି ଜାଣି କରୁଛ କିଆଁ କନ୍ଦଳ ?

ବିଶ୍ୱ ସଂଗଠନ ଢିଲା ପଡ଼ିଗଲେ ରହିବ ତ ଥଳକୂଳ ।


ଦୈବ ଦୁର୍ବିପାକେ ଦେଖ ଗୋଡ଼ାଉଛି ମହାକାଳ

ଜଙ୍ଗଲ ନିପାତେ ଜନଵସତି ମୁହାଁ ଖୁଙ୍ଖାର ପଶୁ ଦଳ

ମଣିଷ ସଭ୍ୟତା ସ୍ଥିତି ବିପଦ ଶଂକୁଳ ବେଳୁବେଳ

ପ୍ରକୃତି ରକ୍ଷଣାବେକ୍ଷଣ ହୋଇଲେ ବଞ୍ଚିଯିବ ମନୁ କୁଳ ।



Rate this content
Log in

Similar oriya poem from Tragedy