STORYMIRROR

Debadatta Jena

Romance Tragedy Inspirational

3  

Debadatta Jena

Romance Tragedy Inspirational

ରାସ୍ତା

ରାସ୍ତା

1 min
215

ରେ ଜୀବନ..

ଭାଗ୍ୟକୁ ତୁ ଟିକେ କହି ଦେ ଥରେ,

ଏବେ ଵି ତା'ସାଥେ ଚାଲୁଛି ମୁଁ,

ଅନେକ ଯନ୍ତ୍ରଣା ଥିଲେ ଥାଉ ପଛେ,

ଏ ଯାଏ ଅଟକି ଯାଇନି ମୁଁ..!

ସରଳ ହେଉ କି ହେଉ ବକ୍ର ରେଖା,

ସ୍ଵଧର୍ମରେ ଧର୍ମ ପାଳୁଛି ମୁଁ,

ବିପଦେ ଆପଦେ ଭାଙ୍ଗି ନାହିଁ ଜମା,

ଧୈର୍ଯ୍ୟ ଧରି ଥକି ନାହିଁ ତ ମୁଁ..!

ଅନେକ ରାସ୍ତା ଵି ଚାଲିବାକୁ ଅଛି,

ପହଂଚିବା ଯାଏ ଧାଉଁଛି ମୁଁ,

ସାହା ଟିକେ ହେଲେ ଲଙ୍ଘି ପାରିବି,

ଅମଡ଼ା ବାଟକୁ ଡରୁନି ମୁଁ..!

କଣ୍ଟାକୁ ଆଡେଇ ତୋଳି ମୁଁ ଆଣିବି,

ଅମରାବତୀରୁ ପାରିଜାତ ଵି ମୁଁ,

ଯେତେ ଲମ୍ବା ହେଉ ଗନ୍ତବ୍ୟ ପଥ,

କେବେ ଵି ଅଟକି ଯାଇନି ମୁଁ..!

ଭାଙ୍ଗିବା ଆଗରୁ ନଇଁ ଯିବି ପଛେ,

ଅଭଙ୍ଗା ସପନ ଦେଖୁଛି ମୁଁ,

ପଡିବା ଆଗରୁ ଧରି ନେବି ସତେ,

ସ୍ୱପ୍ନ କି ବାସ୍ତବ କହିଦେ ତୁ..!

ଉଠିବି ପଡିବି,ମୁଁ ଉଠି ଚାଲୁଥିବି,

ଥକିବା ଆଗରୁ ପାଦ ମୁଁ,

ପାଦରେ କଷଣ ହାତରେ ଭୂଷଣ,

ପେଷିବି ତୋଷିବି ବଞ୍ଚିବି ମୁଁ..!

ଏଠି ରାସ୍ତା ଏକ ମୋଡ଼ ଅନେକ,

ଟିକିଏ ସାହାରା ମାଗୁଛି ମୁଁ,

ବଞ୍ଚିବାକୁ ଅଛି ଅସାର ଜୀବନେ,

ଦିଗବାରେଣୀ ସାଜିବୁ ତୁ..!

ରେ ସମୟ,

କିଏ କହେ ତୁ ପରିବର୍ତ୍ତନଶୀଳ,

ଗତି ତୋର ଅଟେ ନିରନ୍ତର,

ପାରିବର୍ତ୍ତନ ତ ଏ ସୃଷ୍ଟି ସାରାଂଶ,

ଦୋଷ ଲଦା ହୁଏ ସମୟର..?

କାଳର କପାଳେ ନଶ୍ୱର ତ ସବୁ,

ସମୟ ତ ଏକା ଅବିନେଶ୍ୱର,

ସମୟ ସ୍ରୋତରେ ସବୁ ଗତିଶୀଳ,

ବିଚିତ୍ରମୟ ଏ ସାରା ସଂସାର..!

କାଲି ଯିଏ ଥିଲା ନିହାତି ନିଜର,

ଆଜି ସେ ସାଜଇ ସାତ ପର,

ମୋର ମୋର ଯେ ସଭିଏଁ କହନ୍ତି,

କିଏ ପର ପୁଣି ଆପଣାର..!

ହଁ ରେ ସମୟ,

ସତରେ ତୁ ଅଟୁ ଅପରିବର୍ତ୍ତନୀୟ,

ଅନ୍ୟ ମୋହ ମାୟା ସଂସାର,

ଭାଗ୍ୟ ଭବିଷ୍ୟତ ମୋକ୍ଷ ପ୍ରାପ୍ତି

ପୁଣି, ଜଗତ ମିଥ୍ୟା ବ୍ରହ୍ମ ସତ୍ୟ,

ତଥାପି ମାଗୁଛି ସେ ପୂଣ୍ୟ ବ୍ରତ ମୁଁ,

ନିଶ୍ଚୟ ଜିଇଁବି ଏ ଜୀବନ,

ଅଭିମନ୍ତ୍ରିତ ହେବି ସମୟ ଚକ୍ରରେ,

ମନ୍ତ୍ରରେ ହୋଇ ସୁନିୟନ୍ତ୍ରଣ..!

ହଁ ରେ ଜୀବନ, ତୁ ରାସ୍ତା..

ମୁଁ ତୋର ପଥିକ,

ଜୀବନ ମୋଡରେ ସାହା ଟିକେ

ହେଲେ,ସୁଗମ୍ୟ ହେବ ଅତିକ୍ରମ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance