STORYMIRROR

Bharatabandhu Biswal

Tragedy Inspirational

3  

Bharatabandhu Biswal

Tragedy Inspirational

ଶକ୍ତିମାନ

ଶକ୍ତିମାନ

1 min
231


ସତ୍ୟ ଶାନ୍ତିର ପୂଜାରୀ ମୁଁ ଜଣେ

ଜାଗ୍ରତ ଜନ ସାଧାରଣ

ଲଢ଼ୁଛି ମୁଁ ସଦା ଅନ୍ୟାୟ ସହିତ

ଲଢୁଥିବି ସବୁଦିନ ।


ଢାଳି ଶ୍ରମ ଝାଳ କରେ ପରିଶ୍ରମ

ଚଳେ ନିତ୍ୟ ଖଣ୍ଡାଧାରେ

ଦୁଃଖ ଦାରିଦ୍ର୍ୟର ସହେ କଷାଘାତ

ଲୁହଲହୁ ଏକ କରେ ।


କର୍ତ୍ତବ୍ୟ ନିଷ୍ଠାରେ କରେ ନାହିଁ ହେଳା

ଆଦର୍ଶ ମୋ ସେବା ବ୍ରତ

ନୀତି ପରାୟଣ ସମୟାନୁବର୍ତ୍ତିତା

ସ୍ଥିତପ୍ରଜ୍ଞ ସ୍ଥିର ଲକ୍ଷ୍ୟ ।


ନିରବତା ଅର୍ଥ ନୁହେଁ ଦୁର୍ବଳତା

ସତର୍କ ମୁଁ ସଚେତନ

ନିର୍ନିମେଷ ନେତ୍ରେ ଦେଖେ ଅନୁକ୍ଷଣ

କାୟା ମେଲେ ଦୁଃଶାସନ ।


ସୁବିଧାବାଦର ଶସ୍ତା ଚିନ୍ତାଧାରା

ହୁଅଇ ବଳବତ୍ତର

ବ୍ୟବସାୟ ନାମେ ଫାଇଦା ମୁନାଫା

ଚାଲଇ କଳାବଜାର ।


ଆକାଶକୁ ଛୁଏଁ ଜୀବନ ରକ୍ଷାର

ମହୈ।ଷଧି ଦରଦାମ

ଲାଞ୍ଚ ଜମାଖୋରୀ ଅସତ୍ୟ ଉପାୟେ

ବଢିଯାଏ କଳାଧନ ।


ଅତି ଆବଶ୍ୟକ ସେବା ପଦାର୍ଥର

ହୁଏ କୃତ୍ରିମ ଅଭାବ

ଖୋଲେ ନାହିଁ ପାଟି ବିଚରା ନିରୀହ 

ସାଧାରଣ ଅସହାୟ ।


ଦୁର୍ବିସହ ଲାଗେ ଛଳ ପ୍ରପଞ୍ଚନା

ରୋଗ ଆତଙ୍କ କଷଣ

ଝୁଣେ ଗୃଧ ପକ୍ଷୀ ଶବ ଓ ମଢକୁ

ପାପିଷ୍ଠ ଝୁଣେ ଜୀବନ ।


ରୋଗ ମହାମାରୀ ଶତ ଦୁର୍ବିପାକେ

ବଞ୍ଚିଛି ଜୀବନ ବଞ୍ଚିବ

ଦୁର୍ମତି ପାମର ଲୈ।ହର ଶୃଙ୍ଖଳ

ଛିଡିଛି ନିଶ୍ଚୟ ଛିଡିବ ।


କୋଟି କୋଟି କଣ୍ଠ ମୁକତି ସ୍ୱରରେ

ଶକ୍ତି ହୁଏ ଜାଗରଣ

ପ୍ରଶମିତ ହୁଏ ମ୍ଳେଚ୍ଛ କଳମଷ

ସମ୍ଭବେ ଦିବ୍ୟ ଜୀବନ ।


ପାପ-ପୂଣ୍ୟ ସତ୍ୟ-ଅସତ୍ୟ ସଂଗ୍ରାମ

ସମୟ ଏ ଘଡିସନ୍ଧି

ହୁଅ ସମ୍ମୁଖୀନ ବୀର ଶକ୍ତିମାନ

ଲଭ ଜୟ ସର୍ବ ସିଦ୍ଧି ।

   ------


Rate this content
Log in

Similar oriya poem from Tragedy