STORYMIRROR

Prabhati Mahapatra

Tragedy Inspirational Others

3  

Prabhati Mahapatra

Tragedy Inspirational Others

ଘରେ ସୁରକ୍ଷିତ ରୁହ

ଘରେ ସୁରକ୍ଷିତ ରୁହ

1 min
137

କରୋନା ବେଳରେ ନ ଯାଅ ବାହାରେ

ବିପତ୍ତି ଆସିବ ସାଥେ

ମୋ ମନ କହୁଛି  ଘରେ ସୁରକ୍ଷିତ

ଚଢନା ଆନନ୍ଦେ ରଥେ ।

ଭୀମ ରୂପ ଧରି ଚାରି ପାଖ ଘେରି

ଅଦୃଶ୍ୟେ ବିସ୍ତାରେ କାୟା

କଣ୍ଠାଗ୍ରତ କରେ ମରଣ ଫାଶରେ

ଛଳେ ବଳେ ଆସି ଛାୟା ।

ଏକା ମାଟି ପିଣ୍ଡ ହେବ ଛଟପଟ

ପାଖକୁ ନ ଯିବେ କେହି

ସାହାରା ପାଇଁକି ହସ୍ତ ପ୍ରସାରିଲେ

ଦରଶନ ଦେବେ ନାହିଁ ।

ନିସ୍ତେଜ ଶରୀର ନେତ୍ରେ ଅଶ୍ରୁ ଧାର

ହୃଦୟ ସ୍ପନ୍ଦନ ତୀବ୍ର

ଦୁଃଖଦ ସମୟେ ଦୂରରେ ସଭିଏଁ

ବଞ୍ଚିବା ପାଇଁକି ବ୍ୟଗ୍ର ।

ଅଚିହ୍ନା ପରିକା ମୁହଁ ଫେରାଇବେ

ଯେସନେ ଦୁର୍ଗନ୍ଧ ଶବ

ଏପରି ଦୁର୍ଦ୍ଦଶା ଯଦି ଲୋଡ ତୁମେ

ବାହାରକୁ ବାହାରିବ ।

ହିତାକାଂକ୍ଷୀ ବୋଲି ବୁଝାଇ କହିଲେ

ମାନସେ ବିଚାର କର

ତୁମକୁ ଅନ୍ତରୁ  ବନ୍ଧୁ ପରି ଭାବି

ଦେଲି ଏହି ସମାଚାର ।

ଜ୍ଜର ହେଲା ବେଳେ ବଇଦର କଥା

ଲାଗି ଥାଏ ପିତା କଷା

ଅସାଧୁ ଜନଙ୍କୁ ପସନ୍ଦ ନୁହଇଁ

ଗୀତା ଧର୍ମ ଗ୍ରନ୍ଥ ଭାଷା । 



Rate this content
Log in

Similar oriya poem from Tragedy