STORYMIRROR

Debadatta Jena

Abstract Romance Tragedy

3  

Debadatta Jena

Abstract Romance Tragedy

ହାର୍

ହାର୍

1 min
196

ଖୋଜି ବାର ଇଚ୍ଛା କାଲି ଵି ଥିଲା,

ଆଜି ଵି ଅଛି, କାଲି ଵି ରହିବ,

କାଲି ଖୋଜୁଥିଲି ଜୀବନ ଜୀବିକା,

ଆଜି ମୁଁ ଖୋଜୁଛି ମୋ ନିଜକୁ !


ପାଇବାର ନିଶା କାଲି ଵି ଥିଲା,

ଆଜି ଵି ଅଛି, କାଲି ଵି ରହିବ,

କେତେ ମୁଁ ଅର୍ଜିଛି,କେତେ ମୁଁ ସୃଜିଛି,

ହିସାବ ମାଗୁଛି ମୋ ନିଜକୁ !


ହାରିବାର ଇଚ୍ଛା କେବେ ଵି ନ ଥିଲା,

ଜିତିବା ନିଶା ଥିଲା ଦୁନିଆଁଠୁଁ,

କାଲି ଥିଲି ସିନା ହାର୍ର ଜିତ୍ ପଣେ,

ଆଜି ମୁଁ ହାରୁଛି ମୋ ନିଜଠୁଁ !


ଜିତିବା ନିଶାରେ ହାର୍ର ମାନୁଥିଲି,

ଆନନ୍ଦ ଥିଲା ସେ ହାରିବାରେ,

ହାରିବାରେ ସିନା ଜିତାପଟ୍ ଅଛି,

ସେ ହାର୍ର ଜିତ୍ ମାଗେ ତୁମକୁ,

କୁହ,କ'ଣ ହାର୍ରରେ ଯିତିବି ତୁମଠୁଁ,

ନାଁ,ଜିତ୍ ରେ ହାରିବି ନିଜଠୁଁ,

ହାର୍ର ଜିତ୍ ପାଇଁ ନିଜର ଇଚ୍ଛାକୁ,

ଭାଙ୍ଗିବି,ଗଢିବି କେତେ ମୁଁ ?


ଭଙ୍ଗା ଗଢ଼ା ଏଇ ସମ୍ପର୍କ ଖିଅରେ

କେଉଁ ହିସାବ ମାଗିବି କେଉଁଠୁଁ ?


ହାରିବାରେ ଯେଉଁ ଆପଣା ପଣିଆ,

ସେ ଜିତିବାରେ ମିଳେ କାହାଠୁଁ,

ଏବେ ଵି ଭାଙ୍ଗୁଛି,ଭାଙ୍ଗି ଵି ଗଢୁଛି,

ହାରି ହାରି ଜିତେ ମୋ ନିଜଠୁଁ,

ତୁମ ଜିଦ୍ ରେ ତୁମେ ଜିତି ପାର ,

ସିନା,ହାର୍ର ମୁଁ ମାନୁଛି ତୁମଠୁଁ,

କାଲି ହାରୁଥିଲି ଭଙ୍ଗା ମନ ନେଇ,

ଆଜି ଵି ହାରୁଛି ଏ ସମୟଠୁଁ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract