STORYMIRROR

Banalaxmi Mohanty

Tragedy

3  

Banalaxmi Mohanty

Tragedy

ଶୂନ୍ୟତା

ଶୂନ୍ୟତା

1 min
238


ଜୀବନର ଏଇ ଶୂନ୍ୟତାକୁ ମୁହିଁ 

   ପଚାରଇ ଆଜି ଯେବେ

କେତେ ମୁଁ ପାଇଛି କେତେ ହରାଇଛି

   ମିଛ ମାୟା ଏଇ ଭାବେ।। 


ମିଛମାୟା ମୋହେ ବାଇହୋଇ ପ୍ରଭୁ

    ତୁମ ନାମ ପାଶୋରିଲି

ଧନ ଅରଜନେ,କର୍ତ୍ତବ୍ୟପାଳନେ

   ପରିବାରେ ମଜ୍ଜିଗଲି।। 


ପୁତ୍ର କନ୍ୟାକୁ ମଣିଷ କରିଣ

   ବିଭା କାର୍ଯ୍ୟ ସମ୍ପାଦିଲି

କର୍ତ୍ତବ୍ୟ ସମ୍ପାଦି ଶାନ୍ତିରେ ବସିବି

  ମନରେ ମୁଁ ଭାବିଥିଲି।। 


ବୟସ ବଢିଲା ଶାନ୍ତି ଧୋକା ଦେଲା

   ଆଜି ଅଲୋଡା ହୋଇଛି

ପୁତ୍ର କନ୍ୟା ସର୍ବେ ଯେଝା ବାଟେ ଗଲେ

   ଅତୀତ କଥା ଭାବୁଛି।। 


ଅଧା ବାଟେ ହାତ ଛାଡି ଚାଲିଗଲା

   ଘରଣୀଟା ଦଗା ଦେଇ

ହୃଦୟ ଶୂନ୍ୟତା କେ ଭରିବ ମୋର

  କାନ୍ଦେ ମୁହଁକୁ ଲୁଚାଇ।। 


ପ୍ରଭୁ ତୁମ ବିନା ଏଇ ଜୀବନରେ

   ଆଉ କିଏ ସାହା ମୋର

ଗତି ମୁକ୍ତି ଦାତା ହେ ଭାଗ୍ୟବିଧାତା

   ମାୟାସଂସାରୁ ଉଦ୍ଧର।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy