ଲକ୍ଷ୍ୟହୀନ ମୋ ଜୀବନ
ଲକ୍ଷ୍ୟହୀନ ମୋ ଜୀବନ
ସପନ ସବୁ ରହିଗଲା
ହୋଇ ସପନ
ଝାଟିମାଟି ଚାଳଛପର ଘରେ
ଲକ୍ଷ୍ୟହୀନ ହେଲା
ମୋ ଜୀବନ ।
ବିଦ୍ୟା, ବୁଦ୍ଧି
ସବୁ ହେଲା ଅଜ୍ଞାନ
ଅର୍ଥଚିନ୍ତା ଚମତ୍କାରେ
ସବୁ ହେଲା ଦିଶା ହୀନ
ସଂସାର ଜଞ୍ଜାଳେ ପଡି
କୈଶୋରରୁ ଯୌବନ
ଜୀବନଟା ହେଲା ଅର୍ଥହୀନ
ଶେଷେ ପାଲଟିଲା
ମୋ'ର ଜୀବନଟା
ଏକ ଲକ୍ଷ୍ୟହୀନ ଜୀବନ ।
ପ୍ରିୟା ପ୍ରୀତି ମାୟା ଜାଲେ ପଡି
ସଂସାରର ମୋହେ
ଭାଇ ବନ୍ଧୁ କୁଟୁମ୍ବଙ୍କ
ଛନ୍ଦ କପଟେ ବୁଡି
କଟିଗଲା ଶୈଶବ,
କୈଶୋର ଓ ଯୌବନ
ସଂସାରଟା କ'ଣ
ସମ୍ପର୍କଟା କ'ଣ
ବୁଝିଲା ବେଳକୁ
ଜୀବନ ମୋ
ହୋଇଯାଇଥିଲା
ଏକ ବୁଢିଆଣୀ ଜାଲ
ସଦୃଶ ଜାଣ
ଭାବିଲି ହୋଇଯାଇଛି
ଲକ୍ଷ୍ୟହୀନ ମୋ ଜୀବନ ।
ବିଶ୍ଵାସେ ବିଷ ମିଶାଇ
ପ୍ରିୟ ଜନ ଆତ୍ମୀୟ ସ୍ଵଜନ
ମୋତେ ଦେଇଛନ୍ତି
ଭୁଆଁ ବୁଲାଇ
ସରଳ ନିଷ୍କପଟ ଥିଲା
ମୋ'ର ହୃଦୟ ଓ ମନ
କେମିତି ବା ବୁଝିଥାନ୍ତି
ଏସବୁ ଛନ୍ଦ କପଟ ପୁଣ
ନୀତି, ଆଦର୍ଶ,
ସରଳତା ଓ ତ୍ୟାଗପୂତେ
ବିଶ୍ଵାସୀ ଥିଲିଟି ମୁଁ ଜାଣ
ହେଲେ ସେ ସବୁ ଥିଲା ମୋର
ଦୁର୍ଗୁଣ ବା ସୁଗୁଣ
ବୁଝିଲା ବେଳକୁ
ସମୟ ଅତିକ୍ରାନ୍ତ ହୋଇ
ପାଲଟି ଯାଇଥିଲି
ଏ ସମାଜେ ମୁଁ
ପଛ ବୁଦ୍ଧିଆ ଓ ଅଜ୍ଞାନ
ଲକ୍ଷ୍ୟହୀନ ହୋଇଯାଇଥିଲା
ମୋ ଜୀବନ ।
ତ୍ୟାଗ, ପରୋପକାର
ଏସବୁକୁ ବୁଝିଥିଲି
ସେବେ ମୋ ପିଲାଳିଆମି
ମନେ ଅଟେ ଯେ ମହାନ
ହେଲେ କୂଟ କପଟର
ପଶା ପାଲିରେ
ପ୍ରେମିକା, ବନ୍ଧୁବାନ୍ଧବ, ସ୍ଵଜନ
ମୋ ଜୀବନକୁ ଓ ମୋତେ
କରିଥିଲେ ସଭିଏଁ ହୀନିମାନ ।
ନିଜକୁ ଭାବିଥିଲି ମୁଁ ବଡ ବିଦ୍ୱାନ
ପରୋପକାରେ,
ତ୍ୟାଗ ପୂତ ଜୀବନେ
ଏ ସଂସାରଟାକୁ ମୁଁ
ଭାଳିଲି ଏକା ଉଦ୍ଧାରିବି ଜାଣ
ଅର୍ଜିବି ଜୀବନେ କିଛି ମୁଁ ପୁଣ୍ୟ
ହେଲେ ଛଳ କପଟୀ ମାନଙ୍କ
କପଟ ଜାଲରେ ପଡି
ମୃଗୁଣୀ ସଦୃଶ ଏବେ
ହେଉଛି ଛଟପଟ ଜାଣ ।
ଜୀବନ ମୋ ହୋଇଛି ମୂଲ୍ୟହୀନ
କପଟୀମାନେ ମୋତେ
ଦେଖନ୍ତି ଏବେ ନ୍ୟୁନ
ତଥାପି ବଞ୍ଚିଛି ବଞ୍ଚିବି
ସମାଜ ପାଇଁ, ଦେଶ ପାଇଁ
ମାନବିକତା ଓ
ମଣିଷ ପଣିଆକୁ ନେଇ
ବିତାଇଛି ବିତାଇବି
ମୋ ତ୍ୟାଗପୂତ ଜୀବନ
ହେଉ ପଛେ ଲକ୍ଷ୍ୟହୀନ
ମୋ ଜୀବନ ।