STORYMIRROR

DEEPAK KUMAR PATRA

Tragedy

4  

DEEPAK KUMAR PATRA

Tragedy

ଜୀବନର ମାନେ

ଜୀବନର ମାନେ

1 min
22


ଜୀବନ ର ମାନେ ସତରେ

ଜୀ-ବନେ ଜୀଵନ

ଭଵ ର୍ ବନରେ ନିଜକୁ

ଖୋଜିବା ର୍ ମାନେ ହିଁ ଜୀଵନ ।

ଜୀଵନ

ଅନେକ ଅବସାଦକୁ ଛାତିରେ ଜାକିଧରି

ହୃଦୟ ଯନ୍ତ୍ରଣାରେ ଭାରାକ୍ରାନ୍ତ ହେଲେ ବି

ମୁହଁରେ କ୍ଷୀଣ ହସ ଫୁଟେଇ 

ଦୁନିଆଁ ଆଗରେ ଛିଡାହେବା ହେଉଛି ଜୀଵନ।

ଦୁନିଆଁ ର୍ ଭିଡ଼ରେ ନିଜକୁ ଏକାକାର କରି

ପ୍ରତିକ୍ଷଣେ ଧାଇଁ ଆସୁଥିବା କୋହ ଆଉ ଲୁହକୁ

ବୋଲ ମନେଇ ପିଠି ଥାପୁଡ଼େଇ

ମନର ଜ୍ୱଳନ୍ତ ନିଆଁକୁ ଅବଦମିତ କରିବା

ବୋଧହୁଏ ଜୀଵନ‌ ।

ଜୀବନ

ଶତ ଅବସାଦରେ ଭାରାକ୍ରାନ୍ତ ଆଖିରେ

ନିଦ ନ୍ ଆସିଲେ ବି ଆଖି ମୁଜି

କ୍ଲାନ୍ତ କମ୍ପିତ ଓଠଧାରେ 

ତତଲା ଲୁହକୁ ଢ଼ୋକିବା କାଳେ ଜୀଵନ ।

ଜୀଵନ

ଜୀବନ ର ସାଗର ପାରିହେବାକୁ

ଅସ୍ତିତ୍ବ ରୂପକ କାତଧରି ବାହିବାକୁ ହୁଏ

ଯେତେ ଯନ୍ତ୍ରଣା ହେଲେବି, ଶୋଣିତର ଧାର ଛୁଟିଲେ ବି

ମଙ୍ଗକୁ ଧରି ପାରିହେଇ କ୍ଷତ ବିକ୍ଷତ ଥାଇ ବି

ନିଜକୁ ନିୟୋଜିତ କରି 

ଲହୁ ଲୁହାଣ ହେଇ ଆଗକୁ ଯିବା 

ବୋଧହୁଏ ଜୀବନ।

ଜୀଵନ

କୋହ ଯେତେବେଳେ କିଛି ରୂପ ପାଏ ନା

ସେତେବେଳେ ନିସ୍ତବ୍ଧ ଅସହାୟତାର୍ ଗର୍ଭଗୃହ ଭିତରୁ 

ଶବ୍ଦ ର୍ ସମ୍ଭାର ବାଢ଼େ

ଅସଂଖ୍ୟ ଭିଡ଼ରେ ଥାଇ ବି ନିସଙ୍ଗତାର ସ୍ତବ

ଆଖିର ତତଲା ଲୁହ ହେଇ ଝରିପଡ଼େ

ଏଇଟା ହିଁ ବୋଧହୁଏ ଜୀଵନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy