STORYMIRROR

Ajit Kumar Raut

Abstract Tragedy

4  

Ajit Kumar Raut

Abstract Tragedy

ଶୁଣହେ କାଳିଆ !

ଶୁଣହେ କାଳିଆ !

1 min
19


ଭକତ ଭକ୍ତିରେ      ବନ୍ଧା ତୁ କାଳିଆ

      ଭକ୍ତି ଯାର ନିସ୍ବାର୍ଥର

ପ୍ରେମ ଶ୍ରଦ୍ଧା ପ୍ରୀତି     ରହିଛି ଯା ହୃଦେ

      କରୁ ତୁ ତାକୁ ନିଜର !!


ଯିବି ପୁରୀ ଧାମ       କରିବି ଦର୍ଶନ

      ଦେଖିବି ଚକାନୟନ

କାହିଁ ଭାଗ୍ୟ ମୋର    ଗୃହର ଜଞ୍ଜାଳ     

     କଟୁଛି ଚିନ୍ତାରେ ଦିନ !!


ପରା ଗୃହ ଧର୍ମ      ବଡ଼ ଧର୍ମ ବୋଲି

     କହିଛୁ ନିଜେ କାଳିଆ

ନ କଲେ ପୂରଣ      ନର୍କରେ ପଡ଼ିବି

     ଶିକ୍ଷା ଦେଇ ଅଛୁ ତାହା !!


ଶ୍ରୀମନ୍ଦିର ତୋର     ଯହିଁ ଦୂର ପ୍ରଭୁ

      ବିଚ୍ଛିନ ଭୂମିରୁ ମୋର

ତୋର ରଥଯାତ୍ରା    ଦେଖିବାକୁ ଇଚ୍ଛା

      ପଡ଼ିବ ନାହିଁ କି ଡୋର !!


ତଥାପି ହେ ପ୍ରଭୁ     ଭ୍ରମି ନାହିଁ ମନ

     ଦୁଃଖିତ ବା ନାହିଁ ମୁହିଁ 

ଧ୍ୟାନ ରଖି ଅଛି    ଚରଣେ ତୋହରି

     ଶାନ୍ତି ତୋହ ବିନୁ କାହିଁ!!


ଜୀବନେ ଆରାଧ୍ୟ    ଅଟୁହେ କାଳିଆ

   ଗୁଞ୍ଜେ ନାମ ହୃଦେ ମୋର

କର୍ତ୍ତବ୍ୟ ପଥରେ     ସର୍ବଦା ରହିଛି

    କର୍ମ କରେ ମନୁଷ୍ୟର !!


ଭାବର ଅଟୁହେ    ଭଗବାନ ମୋର

     କାହିଁକି ଛଳନା କର

ଅମୂଲ୍ୟ ରତନ     ଜୀବନ ଯାତ୍ରାର

     କରୁଛ କାହିଁକି ଦୂର !!


ଭକ୍ତ ସାଲବେଗ ଡାକିଲା ତୋତେରେ

     ରଥ ତୋର ଠିଆ ହେଲା

ଦିବ୍ୟ ତ ରୂପକୁ ଦେଖିଲା ସେ ନେତ୍ରେ 

     ଜୀବନ ସାର୍ଥକ କଲା !!


ପୁଣି ରଥ ତୋର ଚାଲେ ଧୀରେ ଧୀରେ

     ମାଉସୀ ଘରକୁ ଗଲୁ

ତୋର ବଚନକୁ      ରଖୁ ଜଗବନ୍ଧୁ

     ମନୁଷ୍ୟକୁ ଶିକ୍ଷା ଦେଲୁ !!


ଦୂରରେ ଅଛି ମୁଁ   ଶୁଭେ ଭକ୍ତ ରାବ

    ଶ୍ରୀକ୍ଷେତ୍ର ତୋ ପୁରୀ ଧାମ

ପ୍ରେମ ଶ୍ରଦ୍ଧା ପ୍ରୀତି  ‌  ଅଙ୍କୁରିତ ହୁଏ

     ଦେଖି କରେ ଗୃହ କର୍ମ !!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract