STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

କିପରି ଜନତା ଦେଶର !

କିପରି ଜନତା ଦେଶର !

1 min
7


ଚିହ୍ନି ହୁଏ ନାହିଁ ଯେବେ !

ବ୍ୟକ୍ତିଙ୍କ ପ୍ରବୃତ୍ତି

ମନୋବୃତ୍ତି ତାଙ୍କ

ଅନ୍ତର ଦୁଃଖିତ ତେବେ !

ସଂସ୍କାର ସଂସ୍କୃତି

ଯାଉ ଅଛି ଭୁଲି

ହିନ୍ଦୁ ସନାତନୀ ଏବେ !!


ଭୁଲି ଯାଏ ରାମ ନାମ !

ସଂଘର୍ଷର ଗାଥା

କୀର୍ତ୍ତି ବଳିଦାନ

ସ୍ବାର୍ଥେ ପଡ଼ି ହୁଏ ଭ୍ରମ !

ରାମଙ୍କ ବିରୁଦ୍ଧେ

କରି ଦିଏ କର୍ମ

କିମ୍ପା ସନାତନୀ ଧର୍ମ ?


କଳ୍ପନା ରାମ ରାଜ୍ୟର !

କରିବ କିପରି

ଅଛି ସ୍ବାର୍ଥ ଭାବ

ଜାତିବାଦ ଶୂତ୍ର ଧାର !

ବ୍ୟକ୍ତି ସ୍ବାର୍ଥପର

କାହିଁରେ ବିଚାର

ସ୍ଥାପିଲା ଅଯୋଧ୍ୟା ପୁର !!


ଭବ୍ୟ ଦିବ୍ୟ ଯେ ମନ୍ଦିର !

ନିର୍ମିତ ରାଷ୍ଟ୍ରର

ଦିଶୁଛି ସୁନ୍ଦର 

ରୋଜଗାର ଜନତାର !

ରାମ ବାଲ୍ୟରୂପ

ବିଗ୍ରହ ରୂପର

ନାହିଁ ତୁଳନାରେ ଯାର !!


ତଥାପି ନାହିଁରେ ଖୁସି !

ଅଯୋଧ୍ୟା ଜନତା

ଭୁଲି ଗଲେ କିମ୍ପା ?

କିମ୍ପା ସ୍ବାର୍ଥ ଲୋଭେ ଫସି ?

ଦେଉଛି ଯନ୍ତ୍ରଣା

ଚିନ୍ତାର ମନ୍ତ୍ରଣା

କରେ ସନାତନୀ ବସି !!




Rate this content
Log in

Similar oriya poem from Tragedy