STORYMIRROR

Panchanan Jena

Tragedy

4  

Panchanan Jena

Tragedy

ମୁଗୁନି ପଥର

ମୁଗୁନି ପଥର

1 min
12


ଆମେ ପ୍ରସ୍ତରଯୁଗୀୟ ପୁଙ୍ଗୁଳା ଅର୍ବାଚିନ

ପ୍ରାଗୈତିହାସିକ କାଳର ଲଙ୍ଗଳା ହୀନଦୀନ

ପ୍ରାଚୀନ କାଳରୁ ମୂକ ମଣିଷ ବୁଭୁକ୍ଷୁ ମୂଲ୍ୟହୀନ

ମାତ୍ର ତୁମେ ପ୍ଳାଷ୍ଟିକ୍ ହସରେ ମାଡିଚାଲ

ସଦ୍ଭା ସମିତିରେ ଆଗରେ ଅଲଟ୍ରା ମର୍ଡନ


ଆମେ ଆଜି ଅଚଳ କଣା ପଇସା

ଅଲୋଡା ଅଭାଗା କୋଣଠେସା ଲୋକହସା

ମାତ୍ର ତୁମେ ଜ୍ୟେଷ୍ଠର ତାତି ପରି

 ଅସହ୍ୟ ଗୁଳ୍ମଗୁଳି 

ରାଗିଲେ ଦୀପାବଳି ହାବେଳି

ହସିଲେ ନରମ ରସାବଳି

ଗଛିତ ବ୍ୟାଙ୍କ୍‌ ବାଲାନସ୍ ପରି

ଦିଶୁଥିବ ଖାତାରେ ଶେଷପୃଷ୍ଠାରେ

ଡିଜିଟାଲ ଫୋନ ପେ ବାଲାନସରେ

ସୂବେଶେ ବିଦେଶେ ଅଗ୍ରପୂଜ୍ୟ ମଲ୍ଲୀହସା


ଆମେ ପୁରୁଣାକାଳିଆ ୠଢିବାଦି ସଂସ୍କାରୀ

ତେଲଚିକିଟା ମଫସଲିଆ ବାଳ ବ୍ରହ୍ମଚାରୀ

ମାତ୍ର ତୁମେ ଉଗ୍ର ଆଧୁନିକ ବୈଶିବରଣ ମନ୍ତ୍ରଧାରୀ

ରଙ୍ଗ ରସିଆ ନାଲିପାଣି ପାଚନକାରୀ

ହୁଁ ପଦିକେ ଇଂରାଜୀ ଉଚ୍ଚାରଣ

ଖଣ୍ଡି କାଶରେ ଖଣ୍ଡିଆ ଇଂଲିଶ ହିଙ୍ଗଲିଶ

ଲୋକ ଦେଖାଣିଆ ଶଠ ଆଚରଣ 

ଡିଲକ୍ସ ତାମ୍ବୁଳର ନାଲି ଛେପରେ

ଦିଶିଯାଏ ଲାଞ୍ଚୁଆ ପେଞ୍ଚୁଆ ଅସାଧାରଣ


ଆମେ କଳିଙ୍ଗ ପରମ୍ପରାର ଧନୁର୍ଦ୍ଧର

ସଂଗ୍ରାମୀ ସନାତନୀ ଖଣ୍ଡାୟତ ବୀର

ଉତ୍କଳୀୟ ସଂସ୍କୃତିର ଦାୟାଦ ସହୋଦର

ମୁଣ୍ଡକାଟ ହେଉ ପଛେ ନଛୋଡ଼ବନ୍ଧା ଶ୍ରେୟସ୍କର


ମାତ୍ର ତୁମେ ଉଚ୍ଚ ଶିକ୍ଷିତ ପଳାତକ ବାକ୍ୟ ବୀର

ଚା' କପ୍ ରେ ଛକରେ କାଣ୍ଡକରି ଦେଇପାର

ବହୁତଳ ମାର୍ବଲ ପ୍ରାସାଦ ଭିତରେ ରହିପାର

ଅର୍ଥ ପିପାସୁ ସ୍ଵାର୍ଥନ୍ୱେଷୀ ଛଦ୍ମବେଶୀ ବର୍ବର

ଆମେ ହେଲେ ମାଟିର ମଣିଷ 

କଳା ଚିକ୍ ଚିକ୍ ପୁରୁଣା ମୁଗୁନି ପଥର

ଲୁହ ଲହୁରେ ଧୋଆ

ଖାଣ୍ଠି ଗୁଆଘିଅ ମା'ଙ୍କଡ଼ା ପ୍ରସ୍ତର

ନ ମାନିଲେ ତୁଠ ପଥର

ହାତ ଯୋଡିଲେ ମହାବାହୁ ଈଶ୍ଵର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy