STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ଷଡଯନ୍ତ୍ର ନେତାଙ୍କ !

ଷଡଯନ୍ତ୍ର ନେତାଙ୍କ !

1 min
15


ସଂସଦ ମନ୍ଦିରେ ନେତାଙ୍କ ତାଣ୍ଡବ

ଦେଖିଣ ମନ ଦୁଃଖିତ

ଦେଖୁ ଅଛୁ ତୁହି, ପ୍ରଭୁ ଜଗନ୍ନାଥ

ବହସେ ସ୍ବାର୍ଥ ଜଡ଼ିତ !

ତାହା ରଚୁ ଅଛି ମୁହିଁ

ଧ୍ୟାନ ଦିଅ ଥରେ କାଳିଆ ଠାକୁର

ନୀୟମେ ମର୍ଯ୍ୟଦା କାହିଁ !!           


ନେତା ହୋଇଛନ୍ତି କେତେ ସ୍ବାର୍ଥପର

ରାଷ୍ଟ୍ର ପାଇଁ ଧ୍ୟାନ ନାହିଁ

ସତା ଲାଭ ପାଇଁ କର୍ତ୍ତବ୍ୟ ଭୁଲନ୍ତି

ରାଷ୍ଟ୍ର ଭକ୍ତି ଗଲା କାହିଁ ! 

ବର୍ଣ୍ଣୁ ଅଛି ତାହା ମୁହିଁ

ଅଛ ଦେଖି ସବୁ ଜଗା ମୋ କାଳିଆ

ଚକାନୟନରେ ଚାହିଁ !!


ହିଂସକ କହୁଛି ହିନ୍ଦୁ ଜନତାଙ୍କୁ

ହିନ୍ଦୁ ଧର୍ମ ସନାତନ

କିପରି ସଂସ୍କାର କିପରି ସଂସ୍କୃତି

ନେତାରେ ବାଳକ ଜ୍ଞାନ !

ରଚନା କରୁଛି ତାର

ଦେଖି ଅଛି ଯାହା ସଂସଦ ମନ୍ଦିରେ    

ବର୍ଣ୍ଣୁଛି ବିଷର ଗାର !!    


ନାହିଁ ରୂପ ରେଖା କେବଳ ଚିତ୍କାର

ବିରୋଧ ତାଙ୍କରି କାର୍ଯ୍ୟ

ଅଗ୍ନି ବୀରଙ୍କୁରେ କୁହନ୍ତି ଶ୍ରମିକ

ରହିବ କିପରି ଧର୍ଯ୍ୟ !

ଲଜ୍ଜିତ କରେ ହିନ୍ଦୁଙ୍କୁ

ଦେଖୁ ଅଛ ପ୍ରଭୁ ଚକାନୟନରେ

ନାହିଁ ସ୍ମୃତି ପୂର୍ବଜଙ୍କୁ !!


ସମ୍ମାନ ବଢିଛି କୀର୍ତ୍ତିକୁ ଆଣିଛି

ଗୁଞ୍ଜୁଛି ଦେଶର ମାନ

ସବୁ କ୍ଷେତ୍ର ଆଜି, ହେଲା ଶକ୍ତିଶାଳୀ

ତ୍ରେତୟା ପରି ଶାସନ !

ସତା ପାଇଁ ଷଡଯନ୍ତ୍ର

ଦେଶ ଭଲ କାର୍ଯ୍ୟ କରେ ଆଲୋଚନା

ଶତ୍ରୁତା ରଖିଛି ମନ୍ତ୍ର !!


                


Rate this content
Log in

Similar oriya poem from Tragedy