STORYMIRROR

Kalpana Satpathy

Abstract Tragedy Classics

4  

Kalpana Satpathy

Abstract Tragedy Classics

ନୀରବ ଭାବନା

ନୀରବ ଭାବନା

1 min
47

ନୀରବ ର ଭାବ ଫୁଟି ଉଠେ

ପ୍ରତି କବି ଭାବନା ରେ

ଦିଗନ୍ତ ପ୍ରସାରୀ ଦୂର ଦିଗବଳୟରେ

ଭାସିଭାସି ଆସେ ଗୁଳ୍ମ ପରି

ପ୍ରତି ଭାଷାର ଅଫୁରନ୍ତି ଶବ୍ଦ ପୁଞ୍ଜ

ପୁଞ୍ଜି ପୁଞ୍ଜି ହୋଇ କୁନି କୁନି

ତାରା ପରି ସୁନୀଳ ଆକାଶ ରେ।

ସମୁଦ୍ର ବେଳାଭୂମି ର ଆବଡା ଖାବଡା

ସେତୁ ବନ୍ଧର ଅଗଣିତ ଲହଡ଼ି ମାଳାରେ

କ୍ଷଣିକ ସମୟର ସୀମା ରେଖା

ଖୋଜୁଥାଏ ଅସୁମାରୀ ସ୍ବପ୍ନ

ଯାହା ଦେବ ତାକୁ କିଛି ନୂତନତ୍ବ

ହୃଦୟର ଭାବଭିଜା ପାଖୁଡ଼ା

ଗୁଡିକ ପ୍ରସ୍ଫୁଟିତ ହୋଇ

ଲେଖନୀ କୁ ଧରି ଶକ୍ତ ହସ୍ତେ

ଲେଖିଥାନ୍ତି ଅନେକ କାହାଣୀ

ଆଉ କବିତା ପ୍ରତି ଟି ପଂକ୍ତିରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract