ଭୋକ
ଭୋକ
ପ୍ରଜାପତିଟେ ଦିଅନ୍ତ ନି
ଖୁସି ହୁଅନ୍ତି
ସାଆଁବାଳୁଆ ଲୋମେ ସିଆଁ ମୋ ଦେହ !
ମାଟିରେ ଥାପିଲି ମୂର୍ତ୍ତୀଟେ
ସେ ଭଷ୍ମାସୁର ହେଲା
ଆଖିରେ ନୀଳ ରଙ୍ଗ ଦେଲି
ସେଥିରୁ ରକ୍ତ ଝରିଲା
ଏବେ ଅଧା ଗଢ଼ା ସବୁ ମୂର୍ତ୍ତି
ଛାଞ୍ଚ ହଜିଗଲା ସମୁଦ୍ରରେ
ତୂଳୀ ରୁଷି ଗଲେ
ଦଧିନଉତି ବସାଇ ପାରୁ ନଥିବା
ଜୀବନ କୋଣାର୍କର ଅସହାୟ ବିଶୁ ର
ଧରମା କାହିଁ !
ଭୋକ ଚାଲୁଥିଲା ରାସ୍ତାରେ
ପେଟରେ ପେଟେ ଭୋକ ଧରି
ଖରା ଡହେ ସିଝୁଥିଲା ପିଠି
ପୁଚୁ ତରଳି
ଭୋକ ଗୋଡେ ଫୋଟକା
ଅଂଶୁଘାତେ ଫୋଟକା ମାତି ଦଲଦଲ
ଭୋକ ଭୋକକୁ ଖାଏ
ନଈ ସେପାଖ ତୋଟାରେ କିନ୍ତୁ
ବଡ଼ ବଡ଼ ପାଚିଲା ଆମ୍ବ
ଡାକୁଥିଲେ ଭୋକକୁ
କେମିତି ସେପଟକୁ ଯିବ
ନଈ ରେ ବନ୍ୟା
ତା ଦେହରେ ଭାସନ୍ତି
ଗଣ୍ଡା କୁମ୍ଭୀର,ଅଜଗର।
ଭୋକ ଏବେ ଏକା
ନା ଅଛି ସପନ
ନା ସମ୍ପର୍କ
ନା ସନ୍ତାନ
ଭୋକ ସୁକୁସୁକୁ ହେଉଛି
ଅନାହାର
ଅନାଦର
ଅପାଣିଆ ହୋଇ।।
