STORYMIRROR

Panchanan Jena

Tragedy

4  

Panchanan Jena

Tragedy

ନ ହେଉ ଗାତ୍ରଦାହ

ନ ହେଉ ଗାତ୍ରଦାହ

1 min
8


କଥାରେ କୁହନ୍ତି ସଂସାର ପ୍ରେମମୟ

ମୋତେ ଲାଗେ ପୁରା ମିଛ

ପ୍ରତାରଣାରେ ହଣା ସମ୍ପର୍କ ସମୟ

କଷ୍ଟରେ ସନ୍ତୁଳା ମଣିଷ ମାଛ


ଅନେକ କୁହନ୍ତି ସଂସାର ତ୍ୟାଗମୟ

ମୋତେ ଲାଗେ ଡାହା ମିଛ

ଅନ୍ୟକୁ ଠକେଇ ଖଳରେ ନିର୍ଣ୍ଣୟ

ଅକାରଣେ ଫସେ କହିବ କିସ


ସଭିଏଁ କୁହନ୍ତି ସଂସାର ବିଶ୍ୱାସମୟ

ମୋତେ ଲାଗେ ସୋଳଅଣା ମିଛ

ଚିତା କାଟି ସର୍ବାଗ୍ରେ ଅଜେୟ

ପ୍ରୟାସରେ ସଙ୍ଗ ହେବ କି ଗୁଛ୍ଥ


ଅର୍ଦ୍ଧେକ କୁହନ୍ତି ସଂସାର ସେବାମାୟ

ମୋତେ ଲାଗେ ସବୁ ମିଛ

ମିଛୁଆ ପେଞ୍ଚୁଆ ପବନା ବଳୟ

ବେଦନାର ସ୍ଵର ଲାଗେନା ସ୍ୱଚ୍ଛ


କେତେକ କୁହନ୍ତି ସଂସାର ସ୍ନେହମୟ

ମୋତେ ଲାଗେ ମଧୁର ମିଥ୍ୟା

ଦେବା-ନେବାର ସ୍ଵାର୍ଥରେ ସଂଶୟ

ତ୍ୟାଗ ତିତୀକ୍ଷାର ପଛୁଆ ଦୀକ୍ଷା


ଆହେ ଜଗତଠାକୁର ନିରାକାର ଦୟାମୟ

 କଣ୍ଟାରେ ଜୀବନ ଯୁଦ୍ଧ ଅହରହ

ବାହୁଛାୟା ତଳେ ଆଶ୍ରା ଦେ ଅଭୟ

ଜୀବନ ସଂଗ୍ରାମ ନ ହେଉ ଗାତ୍ରଦାହ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy