STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ଶିକ୍ଷାର ଦୁର୍ଦ୍ଦଶା ସିହଂଭୂମିର !

ଶିକ୍ଷାର ଦୁର୍ଦ୍ଦଶା ସିହଂଭୂମିର !

1 min
9

ଜନ୍ମ ସ୍ଥାନ ଓଡ଼ିଆର

ନଜର ନାହିଁ ନେତାର

କଷ୍ଟ ଅପାର ନେତ୍ରୁ ବୁହେ ଅଶ୍ରୁ ଧାର,

ମାତୃଭାଷା ଶିକ୍ଷା କାହିଁ

ସରକାରୁ ଚେଷ୍ଟା ନାହିଁ

କରୁଛି ବ୍ୟବହାର ଛେଉଣ୍ଡ ପ୍ରକାର

ଅନାଦି ଅନନ୍ତ ଈଶ୍ୱର,

ଚକାନୟନ,ଦେଖ ଦୁର୍ଦ୍ଦଶା ଆମର !


ଦୋଷ ମାତ୍ର ନାହିଁ କା'ର 

ସବୁ ଦୋଷ ଓଡ଼ିଆ ର

ଅନ୍ଧ ପରି ଅନ୍ଧର ଆଣିଛି ନିଜର,

ନାହିଁ ଆଦର ଭାଷାର

ପଢେ ନି ଭାଷ ନିଜର

ପ୍ରେମ କି ଛାଡି ନାହିଁ ଇଂରାଜୀ ଭାଷାର,

ପଛରେ ଧାଇଁଛି ତାହାର 

ଜଗନ୍ନାଥ ହେ, ଦୂର ମନୋବୃତ୍ତି କର !!


ଶକ୍ତି ଯାର ଲଢିବାର

କିବା ଶୂନ୍ୟ ଶକ୍ତିତାର

ଭାଷା ଶିକ୍ଷା ପାଇଁ କାହିଁ ଚେଷ୍ଟା ନିଜର,

ଦେଖହେ କଳା ଠାକୁର

ଭାଷା ପ୍ରେମ ଓଡ଼ିଆ ର

ଅଧିକାର ଜାଣିଛି,ରକ୍ଷା କାହିଁ ତାର,

ସନ୍ତାନ ଭବିଷ୍ୟ ଚିନ୍ତାରେ

ଅନ୍ତର୍ଗତେ ଅବା କି ଗୁଞ୍ଜନ ନାହିଁରେ !!


ଜ୍ଞାନବନ୍ତ ଜାଣି ଥାଏ

ରକ୍ଷା ତ'ର କରୁଥାଏ

ଭାଷା ଶିକ୍ଷା ପଢି ଆତ୍ମନିର୍ଭରଶୀଳ,

ପ୍ରେମ ପ୍ରୀତି ନାହିଁ ଯାର

ଭାଷା ଶିକ୍ଷା ନାହିଁ ତାର

ଶୁଣିବ କି କୁହ କିଏ,ଓଡ଼ିଆ ବିକଳ,

ସିହଂଭୂମି ହେ ଚିନ୍ତା ମଗ୍ନ

ଠାକୁର ଲଗେଇ ଦିଅ ଭାଷା ଚନ୍ଦନ ।


Rate this content
Log in

Similar oriya poem from Tragedy