STORYMIRROR

Amulya Kumar Nayak

Tragedy Inspirational

3  

Amulya Kumar Nayak

Tragedy Inspirational

ଫାଶେ ପଡିଛି ନିଶ୍ବାସ

ଫାଶେ ପଡିଛି ନିଶ୍ବାସ

1 min
192


କେତେ ଯେ ଖସିବେ କେତେ ଯେ ଫସିବେ

       ହିସାବ କରୁଛ ବସି

ମହାମାରୀ ମହାଜାଲର ମାୟାକୁ

       ମାଳିକାରେ ଦେଲ କଷି ।।


ସଭିଙ୍କୁ ପିଞ୍ଜୁଛ ପିଞ୍ଜରାରେ ରଖି

      ଭଜିବାକୁ ଜୀବ ବ୍ରହ୍ମ

ପଞ୍ଜୁରୀର ଶୁଆ ପାଉନାହିଁ ରାହା

      କାଳ ବି ହୋଇଛି ବାମ ।।


ଭିକାରୀକୁ ଭିକ ମୁଠିଏ ମିଳୁନି

      ସଭିଏଁ ଭିକାରୀ ଏଠି

ନିଶ୍ବାସକୁ ଆଉ ବିଶ୍ବାସେ ନେଲନି

      ମୁହେଁ ବାନ୍ଧିଦେଲ ପଟି ।।


କଞ୍ଚା ପାଚିଲାକୁ କଲ ଏକାକାର

      ମଶାଣି ଧରୁନି ଶବ

ଶୂନ୍ଯଗଣ୍ଠି ପୁଣି ପକାଇଲ ନେତେ

      କି ବିଚିତ୍ର ତୁମ ଭାବ ।।


ବାର ହାତ ଖଣ୍ଡା ଏହି କି ତୁମର

    ହାତେ ହାତ ଦେଲ ବିଷ

କେମିତି ବିନ୍ଧାଣି ବିନ୍ଧିଅଛ ଟାଣି

     ଫାଶେ ପଡିଛି ନିଶ୍ବାସ ।।


ସତକୁ ସ୍ବାଧୀନ ମିଛ ପରାଧୀନ

     ଅଧିନ ଏ ଜୀବ ତୁମ୍ଭ

ଭଣଇ ଅଜ୍ଞାନ ତୋ ପାଦେ ଶରଣ

     ଦିଅ ପ୍ରଭୁ ପଦ୍ମନାଭ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy