STORYMIRROR

Ajaya kumar Jena

Tragedy

3  

Ajaya kumar Jena

Tragedy

ଶେଷ ନିଷ୍ପତି

ଶେଷ ନିଷ୍ପତି

1 min
187

ତୁମେ ଗଲାପରେ

ପାପୁଲିଏ ଜହ୍ନରେ ଗ୍ରହଣ ଲାଗଛି,

ସ୍ୱପ୍ନମାନେ ଆଲୁଅକୁ ଘୃଣା କରନ୍ତି,

ନିଃଶେଷ ହୋଇଛି ଯେତେ ନିଶ୍ୱାସ

ଆଉ ବନ୍ଧନ ଛିଣ୍ଡେଇଛି ଖିଏ ବିଶ୍ୱାସ।


ସେଦିନରୁ

ନିଦକୁ ଆଉ ଭଲଲାଗୁନି ମଶିଣା

ହଳେ ହାତ ଖୋଜିନାହାନ୍ତି ପ୍ରେମର ପାଉଣା

ଅଭିମାନି ଇଚ୍ଛା ଯେତେ ନିରବି ଯାଇଛି

ସେଥିପାଇଁ ତ',

ଏବେ ଏବେ ଅନ୍ଧାରରେ ଜୀଇଁବାକୁ ଭଲ ଲାଗୁଛି।


ଭାବିଛି.....

ଆକାଶକୁ ଆଉ ମାଗିବିନି ଶରତ,

ପବନକୁ ଆଉ ମାଗିବିନି ଫଗୁଣ,

ମାଗିବିନି ଅନ୍ଧାରକୁ ରାତିଏ ସ୍ବପ୍ନ

ଆଉ ଖୋଜିବିନି ଆକାଶରେ ଅତୀତର ଚିହ୍ନ।


ଚିରିଦେବି ହୃଦୟରୁ ସ୍ମୃତିର ସ୍ଵାକ୍ଷର,

ସମୁଦ୍ର ଗହ୍ୱରେ ଫିଙ୍ଗିଦେବି ମୋ ପଣକୁ,

ଯେଉଁଠି ମୋ ଭିତରେ ନଥିବ

ପାଇବାର ଟିକେବି ଲାଳସା,

ଥିବ ଖାଲି ଚିରଦିନ ଶୋଇବାର ଆଞ୍ଜୁଳେ ଆଶା।


କୁହ ତ'-

ଏ ନିଷ୍ପତିରେ ମିଳିବକି ପ୍ରାପ୍ତି

ଶୁନ୍ୟତାର ସ୍ୟାହିରୁ,

ଫେରିବକି ସ୍ୱପ୍ନ ଦୂର ଦିଗବଳୟରୁ,

ହଁ,ଏତିକି ଜାଣିଛି!

ମିଳିଯିବ ମୁକ୍ତି ଏ ଦୁନିଆ ମୋହ ରୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy