STORYMIRROR

Sunanda Mohanty

Action Inspirational Thriller

3  

Sunanda Mohanty

Action Inspirational Thriller

ଗ୍ଲୋବାଲ ଅବଶ୍ୟ

ଗ୍ଲୋବାଲ ଅବଶ୍ୟ

1 min
7


ଉତ୍ସାହ ନାହିଁ ଉଦ୍ଦୀପନା ଆସିବ କୁଆଡୁ 

ତଥାପି ପାଦ ବଢୁଛି ଆଗକୁ ଆଗକୁ 

ବଞ୍ଚିବା ମୋହ ମାୟା ଅଲଗା ଭାବିଲା ବେଳକୁ 

ମନେ ପଡେ ମୋ ରାଇଜ ଆଉ ତାର 

କୀର୍ତ୍ତି କଳାପ ସବୁକୁ 

ମୋ ଗାଁ, ରାଜ୍ୟ ଦେଶରେ ସବୁଅଛି 

ଯାହା କୋଉଠି ନାହିଁ 

ତେବେ ଉତ୍ସାହ ନାହିଁ କାହିଁକିର 

ଉତ୍ତରରେ ମୁଁ ବିଦେଶରେ 

ଥାଇଲାଣ୍ଡ କଇଁଛ ଦେଖିଲେ 

ମୋ ସମୁଦ୍ର କଙ୍କଡା ଓ ଚିଲିକା ମନେପଡେ 

ପୁଣି ସେଇ ଦୁଇ ପଂକ୍ତି 

ଦେଖିବି ଚିଲିକା ଚାରୁଚିତ୍ରପଟ 

ଆଣ୍ଡାମାନ ସମୁଦ୍ର ତଟରେ ନିଷିଦ୍ଧ ଶାମୁକାକୁ 

ସମୁଦ୍ର ବେଳାଭୂଇଁରେ ସାଉଁଟିବାକୁ 

ଚିଲିକା ଓ ସମୁଦ୍ରର ମିଳନସ୍ଥଳ ତଣ୍ଡାରୁ 

ସିପ ଓ ଶାମୁକା ମୁଠେଇ ପିଲାଦିନ ଗଲାଣି 

ଏଠି ଥାଇଲାଣ୍ଡ ରାଣୀ କ୍ୟାମ୍ପବେଲ ବେ କୁ

ଆସୁଛନ୍ତି କଚ୍ଛପ ଦେଖିବାକୁ 

ଯାହା ଆକାରରେ ବହୁତ ବଡ଼ 

ହେଲେ ମୋ ଦେଶ ଚିଲିକା ଚାରୁଚିତ୍ରପଟ 

ମୋ ଓଡିଶା ସମୁଦ୍ର ବାଲିପାହାଡ଼ ପଟକୁ ପଟ 

ଆଖିରେ ନାଚିଲା ବେଳେ ରାଣୀଙ୍କୁ ଦେଖିବା ଇଛାରେ 

କିଛି ସ୍ୱତନ୍ତ୍ରତା ନଥିଲା 

ଖାଲି ଦି ଚାରିଟା ଜୁଆର ଅବା ଭଟ୍ଟା 

ପୃଥିବୀର ଯେ କୌଣସି କୋଣରେ 

ମଣିଷକୁ ଆବୋରି ସମୟ 

କହୁଛି ଲାଗିଛି ବହୁ ଶୂନଫୋଟକା ନାଟ

ସବୁଠି ସେଇ ମାଟି ଗୋଡି ପାଣି ପବନ ହାଟ

ଭିତରୁ ଶୁଭୁଛି ସାରେ ଜାହ୍ନାସେ ଆଛା ଆମ ପଟ 

ତ୍ରିରଙ୍ଗାର ଜିତାପଟ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action