STORYMIRROR

Sunanda Mohanty

Inspirational Thriller Others

4  

Sunanda Mohanty

Inspirational Thriller Others

ଆକାଶ ସାଥିରେ ଧରା 

ଆକାଶ ସାଥିରେ ଧରା 

1 min
1


ଆକାଶରେ ସୂର୍ଯ୍ୟ ରହି 
ଧରା ଆଜି ତୋରା 
କୋଉଠି ରହନ୍ତି ସୂର୍ଯ୍ୟ 
କହିବ ସୂର୍ଯ୍ୟମୁଖୀ ପରା 
ଜାଣେନାହିଁ କହି ରହେ ଫୁଟି
ଲୋଟି ସୂର୍ଯ୍ୟଙ୍କୁ ଚାହିଁ 
ସେଥିପାଇଁ କଇଁ କହେ 
ନୁଁହଁ ସେ କେବେ ସୂର୍ଯ୍ୟମୁଖୀ 
ଫୁଲ ପରି ମିଛେଇ 
 ପିନ୍ଧି ଘୁଙ୍ଗୁର ଘାଗେରା
କଇଁ ଚାହେଁ ଜହ୍ନକୁ 
ପ୍ରେମେ ଅପାସୋରା 
କିଏ ନଜାଣେ ଏକଥା 
ରାତି ଆକାଶ ସାରା 
ଟୁପୁଟାପ ତାରା 
ଅମାବାସ୍ୟା ଆସେ 
ଜହ୍ନ ଋଷି ବସେ 
ସେବେ ଥାଏ କଇଁ ପାଶେ 
ପୂର୍ଣ୍ଣମୀ ଆସି ଜହ୍ନ ଦେଖିଲେ 
ପ୍ରତିଦ୍ବନ୍ଦୀ କେହି କହେ 
କଳଙ୍କ ଜହ୍ନ ଦେହ ସାରା 
ସୂର୍ଯ୍ୟମୁଖୀ ଲେଉଟି ଚାହେଁ 
କଇଁ ଦିଏ ନାହିଁ ଧରା 
ପ୍ରରାଗ ଆସିଲେ 
କଇଁ ମୁଁହଁ ଦେଶେ ତୋରା 
ଏବେ ଏବେ ସୂର୍ଯ୍ୟମୁଖୀ
ପଡିଗଲା ଧରା 
ଗ୍ରହଣ ହେଉ ଅବା ପରାଗ
ପଥିବୀ ରେ ଛାଇ ପଡି
ସୂର୍ଯ୍ୟ ଚନ୍ଦ୍ର ନାଁ ହୁଏ 
ଜଣେ କଳା ଜଣେ ଗୋରା
କଇଁ ଜଳଭଉଁରୀ କାଟି
ଅନିଦ୍ରା ରାତିସାରା
ସୂର୍ଯ୍ୟମୁଖି ହୁଏ ସୁଖୀ
ଭାବି ନିଜକୁ ନିଆରା 
ଧରା ଓ ଆକାଶ ମଧ୍ୟେ 
ନିବିଡ଼ତା ଭରା ଭରା


Rate this content
Log in

Similar oriya poem from Inspirational