ସକାଳଟା ହେଉ ହେଉ ଫର୍ଚ୍ଚା
ଚାରିଆଡେ ଟୁପଟୁପ ଚର୍ଚ୍ଚା
କିଏ କୋଉଠି କାହିଁ କେତେବେଳେ
ନୀଚ୍ଚ ଅବା ଉଚ୍ଚା
ପକ୍ଷୀ ର ଯାଏ ଆସେନା
ଆକାଶ କେତେ ଉଚ୍ଚା ଅବା ନିଚ୍ଚା
ଗଛର ଵି ଯାଏ ଆସେନା
ରାସ୍ତା ଚଉଡା ନା କଚ୍ଚା
ଶିକାରୀ ର ଵା ଯାଏ ଆସେ କେତେ
କାଟିଥିଲା ରାତି ଉଚ୍ଚା ମଞ୍ଚା
ମଣିଷ କହୁଛି ବଡ଼ ବୋଲି ସିଏ
ଟେକି ପିତୃପୁରୁଷରେ ସଞ୍ଚା
ବାଳୁତ ଧରମା ବାଳମୁକୁନ୍ଦ ବାଜିରାଉତ
ଭିତରେ କିଏ ସଚ୍ଚା
ସଭିଏଁ ଅଛନ୍ତି ଯେଝା ପରିଚୟ ନେଇ
ନଈ କହେ ବଣିକ କରେ ପିଛା
ପାହାଡ଼ କହେ ତା ଶୀର ଉଚ୍ଚା
ଫୁଲ ଫଳ ନଈ ନାଳ କହନ୍ତି
ସଭିଏଁ ଆମ ଦେଶ ଆଛା
ଆମରି ଦେଶର ରାଇଜ ଓ ଭାଷା
ଭାରି ମିଠା ପୁଣି ବଛା
ଯୋଉଠି କି ଯାଅ ମାଟି ମାଆ ପାଅ
ତା ଭିତରେ ଉର୍ନ୍ନତ କିଏ
ଦେଶ ଓ ରାଇଜ କଥା ଫର୍ଚ୍ଚା
ବହି ପଢି ଜାଣ ଆଜିର ଶିଶୁ
ଆସନ୍ତା କାଲିର କର୍ଣ୍ଣଧାର
ହୁଅନା ଲୋଚାକୋଚା
ଏ ଦେଶେ ଜନମି
ଏ ରାଇଜ ପାଣି ପବନ ବର୍ଚ୍ଛା
ଯେମିତି କରମ ସେମିତି ଧରମ
ଅତୀତ ଗାଥା ଇତିହାସ
ଶୁଣି ଲେଖି ପଢି କହି ଶିଖି
କଦମ ତାଳେ ଶିଶୁ ସଚ୍ଚା ବଚା ମୋର୍ଚ୍ଚା