ନିଜକୁ ହଜାଇ ପ୍ରକୃତି କୋଳେ
ଖୋଜେ ଏଣେ ତେଣେ
ପାଇଯିବବା କେହି କାଳେ
ଗଛ ଡାଳେ ଅବା ନଈ କୂଳେ
ତରୁ ମୂଳେ ଅବା ଗଛ ବକଳ ତଳେ
ବାସୁଛି ବକୁଳେ ବଉଳ ଆକୁଳେ
ଫଗୁଣ ଆସିଛି ଧରଣୀ କୋଳେ
ଆମ୍ବ ଗଛେ କୋଇଲି କୁହୁ ତୋଳେ
ବାସୁଛି ବଉଳ ପତ୍ର ଗହଳେ
ଚୋରା ଚଇତାଳି ବହେ ବିକଳେ
ଥୁଣ୍ଟା ଗଛେ ନବପଲ୍ଲଵ କୋଳେ
ଆସୁଛି ଦ୍ୱାଦଶୀ ପାପ ପାଖାଳେ
ମହୋଦଧି ସ୍ନାନ କରି ସକଳେ
ଜଗନ୍ନାଥ ଦର୍ଶନ କରିବେ ହେଳେ
ରବିବାର ପୁଣି କୁମ୍ଭ ରାଶିରେ ସୁରୁଜ
ପୁଷ୍ୟାନକ୍ଷତ୍ର ବୃହସ୍ପତି ଧନୁରେ ବିରାଜ
ସ୍ନାନ କରି ପୁଣ୍ୟ ପାଇ ସକଳେ ସକାଳେ
ଜୟ ପୁଣ୍ୟଦେହି ବିଭୁ ଦିଅ ପୁଣ୍ୟ କଳେ