STORYMIRROR

Sunanda Mohanty

Action Classics Thriller

4  

Sunanda Mohanty

Action Classics Thriller

ଦେବୀ ଆସିଛନ୍ତି ବୋଲି

ଦେବୀ ଆସିଛନ୍ତି ବୋଲି

1 min
8


ଶରତ ଆକାଶ ନିର୍ମଳ ପ୍ରକାଶ 

କାଶତଣ୍ଡୀ ପାଏ ଶୋଭା 

ଘଣ୍ଟ ହୁଳହୁଳି ମାରି କରତାଳି 

ଚମକେ ମଣ୍ଡପେ ଆଭା 

ମାଆ ଆସିଛନ୍ତି ସର୍ବେ କୋଳାକୋଳି 

ଭାଇଚାରା ହୁଏ ନିଭା 

ଆଲୋକ ତୋରଣ ମଣ୍ଡପ ସବୁରେ 

ଭଜନ କୀର୍ତ୍ତନ ସଭା 

ପୁରୁଣା ପ୍ରଥା ପୁରୁଣା ସଂସ୍କୃତି ସଂହତି 

ଫୁଲ ଗୁନ୍ଥି ନିଆଳି କେତକୀ ଜବା 

ମାଆକୁ ପିନ୍ଧାଇ ଦୀପ ବନ୍ଦାଇ 

ଆନନ୍ଦ ସର୍ବେ ହେବା 

ଧୂପ ଦୀପ ଝୁଣା ଅଗରୁ ଚନ୍ଦନ 

ଚୁଆ ସମର୍ପିତେ ମାଆ ଗଭା 

ଫୁଲ ସମାହାରେ ଫୁଲ ଗଜରାରେ 

କେତେ ରଙ୍ଗେ ସାଜସଜ୍ଜା 

ଇନ୍ଦ୍ରଧନୁର ଓଢଣୀ ମଥାରେ ମାଆର 

ନୀଳମଣି ପାଉଁଜି ପଦେ ପିନ୍ଧା 

ସାତରଙ୍ଗ ନେଇ ଆସିଛି ପ୍ରକୃତି 

କି ସୁନ୍ଦର ମନଲୋଭା 

ଅବୀରର ରଙ୍ଗ ସିନ୍ଦୁର ଚନ୍ଦନ ସଙ୍ଗ 

ଶ୍ରୀମାନ୍ତିନୀ ସିନ୍ଥି ଶୋଭା 

ମାଆ ଆଶୀର୍ବାଦ ନେଇ ସଂସାର ନାଆ 

ନାଉରୀରେ କର୍ତ୍ତବ୍ୟ ତୋ ନିଭା

ମାଆ ଆଗମନୀ ବାରତା ପାଇ ସ୍ୱର୍ଗେ 

ଦେବତାଏ କଲେ ସଭା 

ସୃଷ୍ଟି ରକ୍ଷାପାଇଁ ମାତ ମହାମାୟୀ 

ତୋ ପୂଜା ଵିଧି ବିଧାନ ଛନ୍ଦା ବନ୍ଧା 

ଇନ୍ଦ୍ରଙ୍କ ସଭାରେ ସର୍ବ ଦେବଦେବୀ ମିଳିତ 

ଚାଲ ଚାଲ ମାଆ ହସ୍ତେ ଅସ୍ତ୍ର ଶସ୍ତ୍ର ଦେବା 

ଶିବ ଶିବାଙ୍କୁ ମିଳନ କରାଇ ବିଭା ଦେବା 

ହସିବ ଧରା ଧରଣୀ ଖୁସିରେ ଆକାଶ ପାତାଳ 

ନାଚିବ ପ୍ରକୃତି ପଞ୍ଚମୁରୁଜ ସଜା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action