STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ଗଜଲଷ୍ମୀ

ଗଜଲଷ୍ମୀ

1 min
45


ପୂର୍ଣ୍ଣମୀ ଆଣିଛି ଲଷ୍ମୀମା ପୂଜା 

ତୋରଣ ଆଲୋକ ରଙ୍ଗର ସଜ୍ଜା 

ଆଲୋକ ଚମକେ ମାଆ ଧନ ଦେବୀ 

ଆସିଛନ୍ତି ପୂଜା ପାଇବେ ବସିକି ବେଦୀ 

ଧନ ଜନ ଗୋପ ଲଷ୍ମୀ ତାଙ୍କ ପାଇଁ 

ସନ୍ତୁଷ୍ଟେ ଧନ ଦେବେ ଧରାରେ ମହାମାୟୀ 

କୀଟ ଜନ୍ତୁ ପଶୁ ପକ୍ଷୀ କରନ୍ତି ପାଳନ 

ତାଙ୍କ ସୁଦୟାରେ ମିଳେ ମାନ ସମ୍ମାନ 

ଲଷ୍ମୀ ମାଆ ବଡଦେଉଳ ରାଣୀ 

ବାହାରକୁ ଆସିଛନ୍ତି ପୂଜା ପାଇବେ ପୁଣି 

ଖୋଲି ଦେବେ ଧନ ଗଉଣି 

ବୁଦ୍ଧି ବିଦ୍ୟା ସଙ୍ଗେ ମାନ ସମ୍ମାନ ବୁଣି 

ଗୋଟେଇ ପାରିବ ଥିଲେ ମାଆଙ୍କ ଦୟା 

ମାଆ ମହାମାୟୀ କର ସୁଦୟା 

ସମୁଦ୍ର ଦୁହିତା ଦୁଇ କୂଳର ହିତା 

ଛପନ କୋଟି ଭଣ୍ଡାର ସୁସମାହିତା 

ମାଆର କିରିଟୀ ମାଆ ମଥାମଣୀ 

କରୁଣା ଗଉଣି ଛାଣି ଓ ବୁଣି 

ମାଆ ପାଳୁଛି ମାଆ ପରି ସନ୍ତାନ ଗଣି 

ସନ୍ତାନ ପାଇଁ ସେ ସତେ ଛାତ ଛାଉଣୀ 

ପୂର୍ଣ୍ଣମୀରେ ମାଆ ପୂଜାରେ ସୁବର୍ଣ୍ଣ ବୁଣି 

ପୂଜିବା ମାଆଙ୍କୁ ପାଇ କଲ୍ୟାଣ 

ବାହାନ ପେଚା ଖୋଲି କୁହୁକ ମୁଣି 

 ଧନଲଷ୍ମୀ ଗଜଲକ୍ଷ୍ମୀ ବେଶ ଦେଖ 

ମାଆର ଠାଣି ଓ ଭକ୍ତ ପ୍ରଣାମୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics