Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ଗଜଲଷ୍ମୀ

ଗଜଲଷ୍ମୀ

1 min
2


ପୂର୍ଣ୍ଣମୀ ଆଣିଛି ଲଷ୍ମୀମା ପୂଜା 

ତୋରଣ ଆଲୋକ ରଙ୍ଗର ସଜ୍ଜା 

ଆଲୋକ ଚମକେ ମାଆ ଧନ ଦେବୀ 

ଆସିଛନ୍ତି ପୂଜା ପାଇବେ ବସିକି ବେଦୀ 

ଧନ ଜନ ଗୋପ ଲଷ୍ମୀ ତାଙ୍କ ପାଇଁ 

ସନ୍ତୁଷ୍ଟେ ଧନ ଦେବେ ଧରାରେ ମହାମାୟୀ 

କୀଟ ଜନ୍ତୁ ପଶୁ ପକ୍ଷୀ କରନ୍ତି ପାଳନ 

ତାଙ୍କ ସୁଦୟାରେ ମିଳେ ମାନ ସମ୍ମାନ 

ଲଷ୍ମୀ ମାଆ ବଡଦେଉଳ ରାଣୀ 

ବାହାରକୁ ଆସିଛନ୍ତି ପୂଜା ପାଇବେ ପୁଣି 

ଖୋଲି ଦେବେ ଧନ ଗଉଣି 

ବୁଦ୍ଧି ବିଦ୍ୟା ସଙ୍ଗେ ମାନ ସମ୍ମାନ ବୁଣି 

ଗୋଟେଇ ପାରିବ ଥିଲେ ମାଆଙ୍କ ଦୟା 

ମାଆ ମହାମାୟୀ କର ସୁଦୟା 

ସମୁଦ୍ର ଦୁହିତା ଦୁଇ କୂଳର ହିତା 

ଛପନ କୋଟି ଭଣ୍ଡାର ସୁସମାହିତା 

ମାଆର କିରିଟୀ ମାଆ ମଥାମଣୀ 

କରୁଣା ଗଉଣି ଛାଣି ଓ ବୁଣି 

ମାଆ ପାଳୁଛି ମାଆ ପରି ସନ୍ତାନ ଗଣି 

ସନ୍ତାନ ପାଇଁ ସେ ସତେ ଛାତ ଛାଉଣୀ 

ପୂର୍ଣ୍ଣମୀରେ ମାଆ ପୂଜାରେ ସୁବର୍ଣ୍ଣ ବୁଣି 

ପୂଜିବା ମାଆଙ୍କୁ ପାଇ କଲ୍ୟାଣ 

ବାହାନ ପେଚା ଖୋଲି କୁହୁକ ମୁଣି 

 ଧନଲଷ୍ମୀ ଗଜଲକ୍ଷ୍ମୀ ବେଶ ଦେଖ 

ମାଆର ଠାଣି ଓ ଭକ୍ତ ପ୍ରଣାମୀ


Rate this content
Log in

Similar oriya poem from Classics