STORYMIRROR

Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ବିଶ୍ୱାସ

ବିଶ୍ୱାସ

1 min
9


ଇଶ୍ୱର ମନ୍ଦିରରେ ନାହାଁନ୍ତି ଜାଣି 

ଆମେ ମନ୍ଦିର ଯାଉ 

କାହିଁକି ନାହାଁନ୍ତି ପ୍ରଶ୍ନରେ 

ଅନ୍ଧାରୁଆ ଭୟରେ କହୁ 

ଅନ୍ଧାରକୁ ଡରି ଜହ୍ନ ଆକାଶୁ ଉତ୍ତୁରି 

ଅମାବାସ୍ୟା ଯାହାକୁ କହୁ  

ପୂର୍ଣ୍ଣମୀ ପରଶରେ ଦିଗହଜା ଚଇତାଳି 

ମାରୁଥାଏ ଉଁହୁ ଉଁହୁ 

 କହେ ଉହୁ ପିଇ ମହୁ 

ଗୋଲକ ତା ବାଟରେ ମୂଳକେ ତା ପଟରେ 

କିଏ ଥାଉ ବା ନଥାଉ 

ଜଗା ଥାଏ ବଡ଼ମନ୍ଦିର ବେଢାରେ 

ଗାତ୍ରେ ନେତ୍ରେ ପାଖାଳି ରହୁ 

ଉଠରେ ପୁତା ଉଠୁରେ ସୁତା ଉଠି ପଢ଼ ଗୀତା 

ଆଶା ଭରଷା ରହୁ 

ବିଶ୍ୱାସରେ ନିଶ୍ୱାସ ଓ ନିଶ୍ୱାସରେ ବିଶ୍ୱାସ 

ଯୁଗକୁ ଥାଉ ଜଗା ପାଖେ ମନଟା ରହୁ 

ଇଶ୍ୱର ଅଛନ୍ତି ଚଉବାହାକୁ କି କରିପାରିବ କିଏ କାହାକୁ 

ଏକଥା କହୁ ବିଶ୍ୱାସ ଭରଷା ପାଉ

ଇଶ୍ୱର ଅଛନ୍ତି ନିଶ୍ଚୟ ଏଇଠି କୋଉଠି 

ଏ କଥା ନିଶ୍ୱାସ କହୁ 

ଯୁଗ ଯାଉ ଆସୁ ଅବା ଆଗ ପଛରେ ରହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics