STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

କୁହୁକ

କୁହୁକ

1 min
6


ଗାଈର ହମାରେ 

କୋଇଲି କୁହୁରେ 

ମହୁମାଛିର ମହୁରେ 

କେତେ କୁହୁକ 

ଡାକେ ଦାହୁକ 

ଘଡଘଡି ଚଡ଼ଚଡ଼ି ଆଲୋକ 

ଆଖିର ପଲକ 

ଏ ସାରା ଗୋଲକ 

କେତେ କୁହୁକ 

ଗଛର ଫଳ 

ଚେର ମୂଳ ଡ଼ାଳ 

ଆମ୍ବ ବଉଳ 

ବନ ବକୁଳ 

କୋଉଠି ନାହିଁ କୁହୁକ

କାଇଁଚ ମାଳି 

ପତର ଥାଳି 

ନିଆଁ କୁହୁଳି 

ବଡଦାଣ୍ଡର ଧୂଳି 

ରୁଦ୍ରକ୍ଷ ମାଳି 

ଚନ୍ଦନ ଥାଳି 

ସବୁରେ କୁହୁକ 

ତା ସଙ୍ଗେ ବୁଦ୍ଧି ଓ ବିବେକ 

ମଣିଷ ପଣିଆ ସହ ଲୁହ 

ମାୟା ମୋହ କୋହ 

ହାତ ଗଢ଼ା ଦିଅଁ 

ଦୋଳବିମାନ ନିଅ 

ନଈରେ ଡ଼ଙ୍ଗା 

କଦଳୀ ପଟୁକା ବାହୁଙ୍ଗା 

ହସ୍ତ ଶିଳ୍ପ ସାଙ୍ଗକୁ ଶିଳ୍ପ କାରିଗରୀ 

ସବୁରେ ଯାଦୁଗରୀ 

ଖଞ୍ଜିଛି ବଣିକ 

ଯିଏ ଜାଣିଛି କୁହୁକ

ମାଆର ବାତ୍ସଲ୍ୟ 

ମାତୃତ୍ୱ ମମତ୍ୱ 

ବଡ଼ଦେଉଳ ନେତ ପରି ପଣତ 

ସରଗଠୁ ବଡ଼ 

ପାତାଳଠୁ ବଡ଼ 

ଧରଣୀରେ ମାଟିମାଆର ସବୁଜ କ୍ଷେତ

କୁହୁକ ପସରା ଏଯାବତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract