Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଖରା

ଖରା

1 min
7



ଖରାରେ ସବୁଆଡେ ତୋରା 

ଖରା ପଡି ମୁହଁ ଦିଶେ ଗୋରା 

ଖରାକୁ ଡର କଣ ପାଇଁ 

ପରିବେଶବିତ କହନ୍ତି ଖରା 

ଜୀବନର ଧାରେ ଧାରା 

ପଡୁନଥିଲେ ଖରା 

ରହିନଥାନ୍ତା କି ଏ ଧରା 

ଅଂଶୁଘାତ ପାଇଁ ପ୍ରତିଷେଧକ ଅଛି 

ଛତା ଓ ମୁଣ୍ଡରେ ଗାମୁଛା 

ପାଣିବୋତଲ ସାରା 

ଖରା ବିହୁନେ ପରିବେଶ ବା ଧରା 

କେମିତି ଚେଇଁବ ପୁଣି ଶୀତ ବର୍ଷା ସାରା 

ଖରା ନଥିଲେ ଦୁଃଖରେ ଧରା 

କାନ୍ଦିବ ସାବୁନ ବିହୁନେ ଅଗାଧୁଆ ସାରା 

ମଇଳା ସବୁକୁ ନେଇ ସ୍ୱଚ୍ଛ ରଖିବାକୁ 

ଅସରା ପସରା ମେଲି ଆସିଛି ଖରା 

ସବୁଜିମା ପୂର୍ବ ପ୍ରସ୍ତୁତି ଅପାସୋରା 

ବୁଝିବାକୁ ଟିକେ ଡେରି ହେବ 

 ଖରା ଦେଉଥାଏ ମାଆ 

ଶାଢ଼ି ହେଉ ଯେତେ ଚିରା 

କାନ୍ଥର ଝୋଟି ପୁଣି ବଡି ଶୁଖିବାକୁ 

ମାଆ କହୁଥାଏ ଆସ ସୂର୍ଯ୍ୟ ଦିଅ ଧରା ।


Rate this content
Log in

Similar oriya poem from Abstract