Sunanda Mohanty

Abstract Thriller Children

4  

Sunanda Mohanty

Abstract Thriller Children

ଭେଟି

ଭେଟି

1 min
8



ସୁନେଲି ସକାଳ କଅଁଳ ଖରା 

ଫୁଲ ଗଛେ ପୁଟି ରଙ୍ଗର ତୋରା 

ନଈରେ ପାଣି ଗୋଳିଆ ହୋଇ 

ପାହାଡି ଝରଣା ଯାଉଛି ଗାଇ 

ଗଛର ଛାଇରେ ଗୋମାତା ହାଇ 

ଟାଇଁ ଟାଇଁ ଖରା ପରିବେଶକୁ ସ୍ୱଚ୍ଛ 

ବରଷାରେ ଘଡଘଡି ବିଜୁଳି ପଚାରେ ଅଛ 

ଶୀତ ଦିନେ ନିଆଁ ପୁଇଁବା ନୁହଁଇ ମିଛ 

ଏତେ ସବୁ ଭେଟି କରି ଏକାଠି 

ଦେଇଛ ପ୍ରଭୁହେ ଆଉ ଆଉ ଯେତୋଟି 

ପକ୍ଷୀର ବସା ଓ ନୀଡ଼ 

ପଶୁ ଆଖିର ଅକୁହା କଢ଼ 

ଗୋଲାପ ଡ଼ାଳରେ କଣ୍ଟାର ବାଡ଼ 

ଚୁଲିରେ ନିଆଁ ଧୂଆଁ ସଙ୍ଗେ ନାଲିଆ ରଡ଼ 

ସମୁଦ୍ରରେ ଏତେ ଢେଉ 

ପବନ ବହୁଛି ସୁଉ ସୁଉ 

ମାଛରଙ୍କା ପକ୍ଷୀ ଉଡାଣ 

ଡଲଫିନ ତିମି ଗଢଣ 

ଭେଟି ଦେଉଥାଅ ପ୍ରଭୁ ରହିଲା ରାଣ 

ନହେଲେ ଜିଇଁବା ଜୀବିକା ନଥାନ୍ତା ପ୍ରାଣ

ଦିନରେ ଆଲୋକ ରାତି ଅନ୍ଧାର 

ମଙ୍ଗଳା ପିନ୍ଧନ୍ତି ନାଲି ମନ୍ଦାର ସାଥେ ସିନ୍ଦୁର 

ସିନ୍ଦୁରା ଫାଟିଲେ ପକ୍ଷୀ କାକଳୀ 

ଜେଜେମା ଘଣ୍ଟି ହୁଳହୁଳି 

ଏତେ ଭେଟି ଯେ ପାଦେ ଶିକୁଳି 

ଆସିଛି ଯେ ଥରେ ବାଟ ଭୁଲି ଯାଏ 

ଫେରିବ ବୋଲି ନପାରେ ଭାଳି 

ଆଉ ଆଉ ଅନେକ ଭେଟି 

ଲୋଟି ସାଉଁଟି ଗୋଟି ଗୋଟି 

ଶଙ୍ଖ ଓ ଶାମୁକା ମୋତି 

ସଂସାର ନାବରେ ପତି କି ପତ୍ନୀ 

ନିଜେ କାଳିଆ ରୂପରେ କଳ୍କୀ ଅବତାରେ 

ଲେଖନ୍ତି ଚିଠି କାହାକୁ କେଜାଣି ଦେବାକୁ ଭେଟି

ମାଆର ମମତା 

ପିତାଙ୍କ କ୍ଷମତା 

ସାଥେ ମାଆ ମନ ଗୋଟି 

ସବୁଠୁ ବଡ଼ ଭେଟି ।।


Rate this content
Log in

Similar oriya poem from Abstract