STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ଆଇନା

ଆଇନା

1 min
7


ଆଇନା କି ଲୋଡ଼ା 

ଯଦି ଅଛି ମାଆ ଟିଏ ପିଲାର 

ଆଇନା କି ଲୋଡ଼ା ଯଦି ଛାଇ ଗଛର 

ଖରା ଗରମକୁ ଡରି ଯିଏ ଘରେ 

ରହିଥାଏ ରାତି ଦିନ 

ସୂର୍ଯ୍ୟ ଯଦି ଥରେ ଦେଖନ୍ତି ତାକୁ 

ଆଇନା ଆଖିରେ ଅଶ୍ରୁ ଚିହ୍ନ 

ଝାଉଁଳି ପଡ଼ିଛୁ କାହିଁକି ଧନରେ 

କହୁଥାଏ ଯୋଉ ମାଆ 

ମାଆ ନଥିଲେ ସେକଥା କହିବାକୁ 

ଆଇନାର ଥାଏ ହିଆ 

ଶୁଖିଯାଇଛୁ ଝାଉଁଳି ପଡ଼ିଛୁ 

ମାଆ ଛଡା ଆଉ କହିବ କିଏ 

ଖାଇଛୁଟି ଧନ ପଚାରେ କୋଉଠି 

ଆଇନାକୁ ଯଦି ଚାହେଁ 

ଆଇନା ସିନା କଥା କହିପାରେନା 

ମାଆ ପରି ବୁକୁ ତାର 

କୁହୁଳି ଜଳି କହୁଥାଏ 

ଶୁଖିଲା ମୁଁହରେ ଆସେନା ବାରବାର 

ସଜ ମୁହେଁ ସିନା ଆସିବୁ ଧନରେ 

ମାଆ ପରି ହେବି ଖୁସି 

ହସିବି କେମିତି ଆସିଲେ ମୋ ପାଶେ 

ଅନ୍ଧାରୀ ମୁଲକ ଲେସି 

ଆସୁଥା ହସୁଥା ଦେଖୁଥା ତୋ ମୁହଁ 

ଖୁସିରେ ଯାଏ ମୁଁ ଫାଟି 

ଫାଟିଗଲେ ଦେବୁ ଲେଉଟାଇ 

ସଂସାର ନିୟମ ଏଠି 

ଫାଟି ଗଲେ ମନ ମିଶେନା ଆଉ ହୃଦୟ 

ବାସେନା ଚନ୍ଦନ ଉପବନ

ମାଆ ମନ କିନ୍ତୁ ସବୁବେଳେ କହେ 

ଆ ମୋ ପାଖକୁ ଧନ 

ଭଲରେ ଥାଆ ତୁ ଦୂରେ ଥିଲେ ସବୁଦିନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract