STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ରଜ ପାଇଁ ସଜ -ବନସ୍ତେ ଡାକିଲା ଗଜ

ରଜ ପାଇଁ ସଜ -ବନସ୍ତେ ଡାକିଲା ଗଜ

1 min
18


ରଜ ସଜବାଜ ମା ବସୁମତୀ ସଜ 

ବନସ୍ତେ ଡାକିଲା ଗଜ 

ପହିଲି ରଜ ଝିଅ ବୋହୁ ସଜ ବାଜ 

ବନସ୍ତେ ଡାକିଲା ଗଜ 

ଗୁଆ ଖୋଳପା ପିନ୍ଧି ଝିଆବୋହୂ ସଜ 

ବନସ୍ତେ ଡାକିଲା ଗଜ 

ଅଳତା କୁଙ୍କୁମ ଟିକିଲି ପୋଡପିଠା ମଉଜ 

ବନସ୍ତେ ଡାକିଲା ଗଜ 

ଖିଲି ପାନ ଖାଇ ଦୋଳି ଗୀତ ଗାଇ ହେଜ 

ବନସ୍ତେ ଡାକିଲା ଗଜ 

ମୋ ଭାଇ ମୁଣ୍ଡରେ ସୁନାମୁକୁଟ ଆସିଛି ରଜ 

ବନସ୍ତେ ଡାକିଲା ଗଜ 

ଦ୍ୱିତୀୟ ଦିନ ସଂକ୍ରାନ୍ତି ପାଳି ସାଜ ସଜ 

ବନସ୍ତେ ଡାକିଲା ଗଜ 

ତୃତୀୟ ଦିନ ଭୂଇଁ ଦହନ ରଜ ମଉଜ 

ବନସ୍ତେ ଡାକିଲା ଗଜ 

ସାଇ ଝିଅ ବୋହୁ ଏକତ୍ରିତ ହୋଇ 

ଖିଲିପାନ ଖାଇ ଦିଆନିଆ ସାଇଭାଇ ରାଜ 

ବନସ୍ତେ ଡାକିଲା ଗଜ 

ତାସ ଲୁଡୁ କ୍ୟାରାମ ଡୁଡୁ ବାଗୁଡ଼ି ହେଜ 

ବନସ୍ତେ ଡାକିଲା ଗଜ 

ଚତୁର୍ଥ ଦିନ ଠାକୁରାଣୀ ଗାଧୁଆ ବସୁମତୀ ସ୍ନାନ 

ବନସ୍ତେ ଡାକିଲା ଗଜ 

ବସୁମତୀ ମାଆ ରଜସ୍ୱଳା ହୋଇ ବିଶ୍ରାମ ପାଇ 

ଚାଷ ପାଇଁ ଉପଯୁକ୍ତ ହୋଇ କୃଷିଭିତ୍ତିକ ପର୍ବ ଏହି 

ବନସ୍ତେ ଡାକିଲା ଗଜ 

ମୌସୁମୀ ଆସେ ମାଟିମାଆ ପାଦ ଛୁଏଁ 

ଧରଣୀ ହୁଏ ଉର୍ବର ଚାଷ ପାଇଁ ସଜବାଜ 

ବନସ୍ତେ ଡାକିଲା ଗଜ 

ମେଘର ରଡି ଶୁଣି ଘଡଘଡି ପୁଣି ବେଙ୍ଗ ରଡି 

ବନସ୍ତେ ଡାକିଲା ଗଜ 

ଆସିଗଲା ମେଘରାଜ ବରଷିବ ଦିଶିବ ସବୁଜ 

ବନସ୍ତେ ଡାକିଲା ଗଜ

ମାଆ ମାଉସୀ ପାଳିବେ ରଜ ହେଲେଣି ସଜ 

ବନସ୍ତେ ଡାକିଲା ଗଜ 

ମୋ ବୋଉ ମୁଣ୍ଡରେ ସିନ୍ଦୁର ଟିପା ଗୋଡ଼େ ଅଳତା 

ବାନ୍ଧିଦିଏ ମତେ ନାଲି ରିବନ ଫିତା ସାଙ୍ଗକୁ ଜୋତା 

ବନସ୍ତେ ଡାକିଲା ଗଜ ।


Rate this content
Log in

Similar oriya poem from Abstract