STORYMIRROR

Sunanda Mohanty

Abstract Action Thriller

4  

Sunanda Mohanty

Abstract Action Thriller

ଜୀଵନ ଏକ ଛୁଆଁ

ଜୀଵନ ଏକ ଛୁଆଁ

1 min
8


ଫୁଲର ରଙ୍ଗପରି 

ପ୍ରଜାପତି ଡେଣା ପରି 

କେତେ କଣ ମନକୁ ଛୁଏଁ 

ଯେମିତି ବଂଶୀ ସ୍ୱର ରାଧାଙ୍କୁ ଛୁଉଁ ଥିଲା 

ସାଧବବୋହୁ ଆଖିକୁ ଛୁଏଁ 

ବର୍ଷା ମାଟିକୁ ଛୁଇଁ ଭିଜାଏ 

ଶ୍ରାଵଣ ଆକାଶକୁ ବଉଦ ମେଘକୁ 

ଘାସ ଧାରଣୀ ରାଣୀକୁ 

ଯେମିତି ଲହୁଣୀ ସରଲବଣୀ କୃଷ୍ଣଙ୍କୁ ଛୁଏଁ 

ନିଦ ରାତିକୁ ସପନ ଆଖିକୁ 

ପାଉଁଜି ଅଳତା ପାଦକୁ 

ଝୁଣ୍ଟିଆ ସିନ୍ଦୁର କଜ୍ଜ୍ୱଳ ଶ୍ରୀମନ୍ତିନୀକୁ 

ଯେମିତି ପଶୁର ନିରୀହ ଆଖି 

ଶିଶୁର ଗୁଲୁଗୁଲୁ କଥାରେ ହସ ଥାଏ ଲାଖି 

କଅଁଳା ବାଛୁରୀର ଡିଆଁ 

କୁକୁର ବିଲେଇଙ୍କ କୁଁ କୁଁ ଛୁଆଁ 

ମାଙ୍କଡ଼ର ଗଛରେ ଦୋଳିମାଙ୍କୁଡ଼ି ଠିଆ ଠିଆ 

ଜେଜେମାଙ୍କ ତେଲ ହଳଦୀ 

ଜେଜେଙ୍କ ବଙ୍କୁଲି ବାଡ଼ି ଚଷମା ଇତ୍ୟାଦି 

ଆଈଙ୍କ ପାନ ବଟୁଆ 

ଅଜାଙ୍କ କଥା ଏତେ ନାଟୁଆ 

ଛୁଇଯାଏ ହୃଦୟକୁ ଏତେ 

ଜୀଵନ ମାନେ ଆଉ କଣ କି 

ଛୁଇଁ ଯିବା ବାହାନାରେ ଦିନ ରାତି ବିତେ 

ଗରୀବ ଆଖି ଲୁହ 

ଧନୀର ମାୟା ମୋହ 

କନ୍ୟାର କୋହ ପରେ କୋହ 

ପୁତ୍ରର ଅଦେଖା ଲୁହ 

ଏସବୁ ଛୁଁ ଥାଏ ବେଳ ଅବେଳରେ 

ପ୍ରେମ ହୁଏ ଦୁଃଖ ଥାଏ ସୁଖ ଆସେ ଯାଏ

ଐଶ୍ଵରିକ ବିଶ୍ୱାସରେ ଛୁଇଁ ହୁଏ 

ଯିଏ ସବୁଠି ଥାଇ କୋଉଠି ନଥାଏ 

ତଥାପି ପାଣି ପବନ ମାଟିକୁ ଛୁଇଁ 

କିଛି କିଛି ଅନୁଭବ ହୁଏ 

ଅନୁଭବୀ ହେଲେ ଆପେ ବୁଝିହୁଏ 

ଛୁଆଁ ଛୁଇଁରୁ ଜୀବନ ଆରମ୍ଭ ଓ ଶେଷ ହୁଏ

ମାଆର ମାତୃତ୍ୱ 

ଗୋପବନ୍ଧୁ ଦେଶବନ୍ଧୁଙ୍କ ବେକ୍ତିତ୍ୱ 

ଛୁଇଁଯାଉ ଜୀଵନରେ ଓଁ ଶାନ୍ତି କେହି କହିବା ଯାଏଁ 

ଅବତାରେ ଅବତାରୀ ଅବତରି ଇତିହାସ କୁହେ

ମାଆ ପରି କାହା ଛୁଆଁ

ନଥିଲେ ଜୀଵନ ମାନେ ଆହା 

ମାଆର ପଣତ ମନ୍ଦିର ନେତ 

ଦିଏ ସରଗ ଛୁଆଁ ମାନିଯାଏ ମନ ଅମାନିଆଁ ।।


Rate this content
Log in

Similar oriya poem from Abstract