STORYMIRROR

Sunanda Mohanty

Romance Thriller Others

4  

Sunanda Mohanty

Romance Thriller Others

ପ୍ରେମ

ପ୍ରେମ

1 min
10


ପ୍ରେମ ସେଇଠି ଦର୍ଶନେ ସନ୍ତୁଷ୍ଟି 

କର୍ପୁର ଦେଇ କନା ସାଇତିବା ମନା 

ଅନ୍ତଃଦୃଷ୍ଟି ନାହିଁ ଯୋଉଠି 

ଫୁଲ ଅଛି ଫଗୁଣ ଥାଏ କୋଉଠି 

ଗୁପ୍ତ ବୃନ୍ଦାବନେ ମନ ଖୋଜେ ସେଇଠି 

ଅଳ୍ପରେ ଭରେନା ମନ ଆଖି ଖୋଜେ ଫୁଲବନ 

ପଦ୍ମମକରନ୍ଦ ଅଛି କୋଉଠି

ସେଇ ତ ପ୍ରେମ ମହ ମହ ବସୁଥାଏ ଯୋଉଠି 

ରୁକ୍ମୁଣୀ ହେବିନି ରାଧା ହୋଇ ରହିଥିବି 

ଯିଏ କହେଟି 

ପ୍ରେମ ପାଗଳିନୀ ବୁଝେନା ତା ପ୍ରେମ ଜଳେ 

ପୁଣି ଜାଳେ କେତେ କଣ ଗୋଟି ଗୋଟି

ଚାହେଁ ଆଖି ତରାଟି 

ଜଗନ୍ନାଥ ଜାଣନ୍ତି କୃଷ୍ଣ ହୋଇ ଜନ୍ମି 

ପ୍ରେମ ନାମେ କେତେ ଧୋକା 

ଦିଏ କିଏ କେଉଁଠି 

ମାଆ ଯଶୋମତୀ ସପ୍ରେମେ ଭକ୍ତି 

ବିଶ୍ୱଦର୍ଶନର ଭାବ ପାଏଟି 

ରାଧିକା ରମଣୀ ଅଛନ୍ତି ଜାଣି 

କହେ ବେଣୁପାଣି ସିଏ କିଏଟି?

ଲଳିତା ବିଶାଖା ଲବଙ୍ଗଲତା ନୁହଁନ୍ତି 

ଲତା ବନିତା ବରଂ କବିତା ଗୋଟି 

ଅନ୍ଧପୁଟୁଳି ବାନ୍ଧି ଆଖିରେ 

ମାୟାଧର ରଚେ କେତେ ମାୟାଟି 

ଏଇଠି ଅଛି ଏଇଠି ନାହିଁ ରାଧା 

ଯାଇଛି ପୁରୀକୁ ଜାଗା ଦେଖିଟି 

କାଳିଆ ପଢୁଛି ଲୁଚି ଲୁଚି କାର ଚିଠି 

ରାଧା ନୁହେଁ ମୀରା ନୁହେଁ ଛାୟାକଳ୍ପ ଗୋଟି 

ଏହି ପ୍ରେମଟି ମରମ ଦହେ ରହି ରହିଟି ।।


Rate this content
Log in

Similar oriya poem from Romance