ପ୍ରେମ
ପ୍ରେମ
ପ୍ରେମ ସେଇଠି ଦର୍ଶନେ ସନ୍ତୁଷ୍ଟି
କର୍ପୁର ଦେଇ କନା ସାଇତିବା ମନା
ଅନ୍ତଃଦୃଷ୍ଟି ନାହିଁ ଯୋଉଠି
ଫୁଲ ଅଛି ଫଗୁଣ ଥାଏ କୋଉଠି
ଗୁପ୍ତ ବୃନ୍ଦାବନେ ମନ ଖୋଜେ ସେଇଠି
ଅଳ୍ପରେ ଭରେନା ମନ ଆଖି ଖୋଜେ ଫୁଲବନ
ପଦ୍ମମକରନ୍ଦ ଅଛି କୋଉଠି
ସେଇ ତ ପ୍ରେମ ମହ ମହ ବସୁଥାଏ ଯୋଉଠି
ରୁକ୍ମୁଣୀ ହେବିନି ରାଧା ହୋଇ ରହିଥିବି
ଯିଏ କହେଟି
ପ୍ରେମ ପାଗଳିନୀ ବୁଝେନା ତା ପ୍ରେମ ଜଳେ
ପୁଣି ଜାଳେ କେତେ କଣ ଗୋଟି ଗୋଟି
ଚାହେଁ ଆଖି ତରାଟି
ଜଗନ୍ନାଥ ଜାଣନ୍ତି କୃଷ୍ଣ ହୋଇ ଜନ୍ମି
ପ୍ରେମ ନାମେ କେତେ ଧୋକା
ଦିଏ କିଏ କେଉଁଠି
ମାଆ ଯଶୋମତୀ ସପ୍ରେମେ ଭକ୍ତି
ବିଶ୍ୱଦର୍ଶନର ଭାବ ପାଏଟି
ରାଧିକା ରମଣୀ ଅଛନ୍ତି ଜାଣି
କହେ ବେଣୁପାଣି ସିଏ କିଏଟି?
ଲଳିତା ବିଶାଖା ଲବଙ୍ଗଲତା ନୁହଁନ୍ତି
ଲତା ବନିତା ବରଂ କବିତା ଗୋଟି
ଅନ୍ଧପୁଟୁଳି ବାନ୍ଧି ଆଖିରେ
ମାୟାଧର ରଚେ କେତେ ମାୟାଟି
ଏଇଠି ଅଛି ଏଇଠି ନାହିଁ ରାଧା
ଯାଇଛି ପୁରୀକୁ ଜାଗା ଦେଖିଟି
କାଳିଆ ପଢୁଛି ଲୁଚି ଲୁଚି କାର ଚିଠି
ରାଧା ନୁହେଁ ମୀରା ନୁହେଁ ଛାୟାକଳ୍ପ ଗୋଟି
ଏହି ପ୍ରେମଟି ମରମ ଦହେ ରହି ରହିଟି ।।