କବିତା
କବିତା
କବିତା ମାଡିଲେ କାଗଜ କଲମ
କିଏ ଦିଏ କେତେ ଫାଡି
କବିତା ମାଧୁର୍ଯ୍ୟ ସାଥେ ସାଲିସରେ
ଲେଖିବାକୁ ଚୁପ ଚୁପ ଚୋରୀ ଚୋରୀ
କବିତା ଭିତରେ ପ୍ରେମ ପରଶିଲେ
କେବେ ନୈବେଦ୍ୟ ହୋଇ
କେବେ ଐଶ୍ବର୍ଗୀକ ଭାବନାରେ
କବିତା ବନ୍ଦନା ଯାଏ ହୋଇ
କବିର କବିତା ନିଜସ୍ୱ ବନିତା ସ୍ନେହ
ସରାଗ ମମତା ମାଧୁର୍ଯ୍ୟ ପାଇ
ମହକେ ପ୍ରତିଟି ଶବ୍ଦ ନିଶବ୍ଦରେ
ମନ ତଳ ଢେଉ ଛୁଇଁ
କବିତା ଲେଖିବା ଐଶ୍ଵର୍ଗିକ କଳା
ଯିଏ ଯେମିତିକା ପାଇ
ଶବ୍ଦ ପାହାଡ଼ରୁ ଶବ୍ଦ ଗୋଟେଇ
ଲେଖୁଥାଏ କେହି କେହି
କବିତା ତ ଏକ ସୃଜନୀ ସମ୍ଭାର
କାଳଜୟୀ ଯେବେ ହୋଇ
ସମୁଦ୍ର ଭଳିତା ଗଭୀରତା ଏତେ
କେତେ ମାପି ପାରେ ନାହିଁ
ତୁମ ଚକାଆଖି ଦେଖି ଲାଗେ ଯେବେ
ଡ଼ି ଧାଡି କବିତା ଲାଖି ରହି
ଅବୁଝା ଆଖିରେ ଆଖିମିଶିଗଲେ
କବିତା ଭାବ ନଈ ଢେଉ ହୋଇ
ଉଠୁଥାଏ ଗଢିବାକୁ ବାଲିଘର କେବେ
ଲୁହ ନିଏ ଭସାଇ
ଆଜି କାଲି ପୁଣି ଆସନ୍ତାକାଲିର କବିତା
ବାଟ ଓଗାଳିବ କହି
ବଡଦେଉଳରେ ବିସ୍ମୟ ଠାକୁର ସବୁକୁ
କବିତାରେ ଲେଖିଦେଇ
ଭାବେ କିଏ କେବେ ସ୍ୱର୍ଗଦ୍ୱାର ଯିବ
ପତିତ ପାବନ ଚାହିଁ
ପଛରୁ ଶବ୍ଦ ହାତାଠାରି କାରେ ଡାକେ
ଲେଖିଯିବୁ ରହ ପଦ ପଲ୍ଲଵ ମୁଦାରଂ କହି
ସେହି ଭାବ ଭକ୍ତି ସେହି ନିତି କାନ୍ତି ପଂକ୍ତି
କବିତାରେ ଥିବ ଦୁଇଧାଡି ହୋଇ ।।
