STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ପଞ୍ଚୁଦୋଳ

ପଞ୍ଚୁଦୋଳ

1 min
12


ଦୋଳ ପୂର୍ଣ୍ଣମୀର ପାଞ୍ଚ ଦିନ ପରେ 

ଆସିବ ପଞ୍ଚୁଦୋଳ 

ପଡିଆ ସାରା ଜମିବେ ଶହେ ଉପରେ 

ଠାକୁର ନଈ ବହେ କଳକଳ 

କୋଉ ସ୍ଥାନ ସବୁ ପାଇଛି ପ୍ରସିଦ୍ଧି ବିମାନେ 

ଆସିବେ ଠାକୁର ଦଳ ଝୁଲାଇ ଦୋଳ 

ରୋଷଣୀ ହୋଇବ ବାଣ ଗରଜିବ ଫଗୁ 

ଉଡ଼ିବ ସାତରଙ୍ଗୀ ଚଳଚଞ୍ଚଳ 

ବିମାନେ ଆସିବେ ରାଧା ମାଧବ ହରି ଓ ହର 

ପାଉନାହିଁ ଆଖି ହୁଏ ଢଳଢଳ 

ଦୋକାନ ବଜାର ଗରାଖ ଗ୍ରାହକ ସଭିଏଁ 

ଏକତ୍ର ମେଳ ଆସିଛି ପଞ୍ଚୁଦୋଳ 

ନାଗା ନାଚ ହେବ ପାଟୁଆର ବାହାରିବ 

ସମସ୍ତେ ହେଲେଣି ଠୁଳ 

ଯାଆନା ଲୋ ଗୋରୀ ସୁନା ରୂପା ପିନ୍ଧି 

ଭଲ ନାହିଁ ବେଳକାଳ 

ମଣିଷଙ୍କ ହୋଲି ଦେଖି ଠାକୁର ଆସନ୍ତି ଝୁଲି 

ଫଗୁର ଉଡ଼ିବ ଖେଳ 

ପଞ୍ଚୁଦୋଳ ପରେ ଦଶଦୋଳ ପାଳି 

 ଠାକୁର ଫେରିଯିବେ ତତ୍କାଳ 

ପୁଣି ବରଷେ ଅପେକ୍ଷା କରିଲେ ଦେଖିବ 

ମେଳଣପଡିଆରେ ବିମାନ ବୋଲାଇ ଦୋଳ 

ଝୁଲ ନିତାଇ ଝୁଲ ଗୋବିନ୍ଦ ଝୁଲ କହ୍ନେଇ 

ବିଶ୍ୱାସରେ ପରିମଳ

ମଣିଷ ଦେବତା ଏକାକାର ହୋଇ ପାଳନ୍ତି 

ହୋଲି ପରବର କୌତୁହଳ ଖେଳ ।


Rate this content
Log in

Similar oriya poem from Classics