ପଞ୍ଚୁଦୋଳ
ପଞ୍ଚୁଦୋଳ
ଦୋଳ ପୂର୍ଣ୍ଣମୀର ପାଞ୍ଚ ଦିନ ପରେ
ଆସିବ ପଞ୍ଚୁଦୋଳ
ପଡିଆ ସାରା ଜମିବେ ଶହେ ଉପରେ
ଠାକୁର ନଈ ବହେ କଳକଳ
କୋଉ ସ୍ଥାନ ସବୁ ପାଇଛି ପ୍ରସିଦ୍ଧି ବିମାନେ
ଆସିବେ ଠାକୁର ଦଳ ଝୁଲାଇ ଦୋଳ
ରୋଷଣୀ ହୋଇବ ବାଣ ଗରଜିବ ଫଗୁ
ଉଡ଼ିବ ସାତରଙ୍ଗୀ ଚଳଚଞ୍ଚଳ
ବିମାନେ ଆସିବେ ରାଧା ମାଧବ ହରି ଓ ହର
ପାଉନାହିଁ ଆଖି ହୁଏ ଢଳଢଳ
ଦୋକାନ ବଜାର ଗରାଖ ଗ୍ରାହକ ସଭିଏଁ
ଏକତ୍ର ମେଳ ଆସିଛି ପଞ୍ଚୁଦୋଳ
ନାଗା ନାଚ ହେବ ପାଟୁଆର ବାହାରିବ
ସମସ୍ତେ ହେଲେଣି ଠୁଳ
ଯାଆନା ଲୋ ଗୋରୀ ସୁନା ରୂପା ପିନ୍ଧି
ଭଲ ନାହିଁ ବେଳକାଳ
ମଣିଷଙ୍କ ହୋଲି ଦେଖି ଠାକୁର ଆସନ୍ତି ଝୁଲି
ଫଗୁର ଉଡ଼ିବ ଖେଳ
ପଞ୍ଚୁଦୋଳ ପରେ ଦଶଦୋଳ ପାଳି
ଠାକୁର ଫେରିଯିବେ ତତ୍କାଳ
ପୁଣି ବରଷେ ଅପେକ୍ଷା କରିଲେ ଦେଖିବ
ମେଳଣପଡିଆରେ ବିମାନ ବୋଲାଇ ଦୋଳ
ଝୁଲ ନିତାଇ ଝୁଲ ଗୋବିନ୍ଦ ଝୁଲ କହ୍ନେଇ
ବିଶ୍ୱାସରେ ପରିମଳ
ମଣିଷ ଦେବତା ଏକାକାର ହୋଇ ପାଳନ୍ତି
ହୋଲି ପରବର କୌତୁହଳ ଖେଳ ।
