STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ଅସ୍ମିତା

ଅସ୍ମିତା

1 min
10


ଅସ୍ମିତା ଅଟେ ଜାତୀୟତା

କିଛି ମାତ୍ରାରେ ପରିଚୟ 

ଅସ୍ମିତା ଜାତି ଇତିହାସ ଲୟ 

ଯୁଗପୁରୁଷଙ୍କ କର୍ମ ଗୌରବମୟ 

ଜଗନ୍ନାଥ ଯେଉଁଠି ରକ୍ଷାକର୍ତ୍ତା 

ସାହିତ୍ୟ ସଂସ୍କୃତି ବେଶ ପୋଷାକ 

ସବୁରି ଭିତରେ ଶାଳୀନତା 

କଥାରେ ଆଚାରେ ବ୍ୟବହାରେ 

ପରିପକ୍ଵତାର ମହନୀୟତା 

ଏଯାଏଁ ଜଗନ୍ନାଥ ବିସ୍ମୟ ଦେବତା 

ଲୀଳା ଖେଳାର ମହାନତା 

ଓଡ଼ିଆର ସେହି ଅସ୍ମିତା 

ବୁଝିହୁଏ ପୁଣି ହୁଏନାହିଁ ଯେଉଁ ବାଗ୍ମୀତା 

ନାହିଁ ଅହଂ ଅସହିଷ୍ଣୁତା 

ଓଡ଼ିଆ ପାଇକ ଗୌରବଗାଥା 

ବ୍ରତ ଉପାସନା ରଥଯାତ୍ରା 

ନାରୀ ପାଳେ ଧର୍ମ ପତିବ୍ରତା 

ପୁରୁଷର ଧର୍ଯ୍ୟ ସାହାସ ମୌଳିକତା 

ଦାସକାଠିଆ ପାଲା ଘୋଡାନାଚ ସଂହିତା 

ମାଟି ମଟାଳ କହେ କଥା ଗାଥା 

ଓଡ଼ିଆ ପୁଅର ଅସ୍ମିତା 

ନୌବାଣିଜ୍ୟ ତଅପୋଇ କଥା 

ବଳାରାମ ଦାସ ଲେଖି ଲଷ୍ମୀପୁରାଣ ଗାଥା 

କୃଷକ ସୈନିକ ପାଇକ ମାଟିର ବୀରବାର୍ତ୍ତା 

ମର୍ଯ୍ୟାଦା ଆସନେ ଅତିଥି ଭୋଜନେ 

ରତ୍ନ ସିଂହାସନେ କାଞ୍ଚି ଅଭିଯାନେ 

ମାଣିକ ଗଉଡ଼ୁଣୀ ଆଖି ଦେଖା କଥା 

ଏହାଠୁ ବଳି କୋଉ ପରିଚୟ କୁହ 

ଓଡିଶାରେ ପରା ଚକାଆଖି ଦାରୁ ଦେବତା 

ବାରମାସେ ଯାର ତେର ଯାତ୍ରା 

ମଣିଷପଣିଆ ଭିତରେ ରଖିବାକୁ ଏକାଗ୍ରତା 

ଠାକୁର କହନ୍ତି ଭକ୍ତ ମୋହର ମୁଁ ତାହାର 

ସାଲବେଗ ଅବା ବନ୍ଧୁମହାନ୍ତି ଅବା ଦାସିଆ 

 ଭକ୍ତି ଭାବରେ ଭିଡି ଭାବ ଫିତା 

ଉତ୍କଳ ଗୌରବ ଆଦି ସଭିଏଁ ଏ ମାଟିର

 ପରିଚୟ ଦାନ ଧର୍ମ ପୁଣ୍ୟ ଅସ୍ମିତା ।


Rate this content
Log in

Similar oriya poem from Abstract