STORYMIRROR

Sunanda Mohanty

Inspirational Thriller Others

4  

Sunanda Mohanty

Inspirational Thriller Others

ଓଡିଶା

ଓଡିଶା

1 min
7


ମୋ ରାଜ୍ୟ ଓଡିଶା 

ମିଠା ଓଡ଼ିଆ ଯା ଭାଷା 

ପିଠା ନାଁ ଆରିସା 

ମୋ ରାଇଜ ଭୂଇଁ 

ଦେଖିଛି କେ କାହିଁ 

ଲୁହାପଥର ମାଙ୍ଗାନିଜ 

କୋଇଲା ଗ୍ରାଫାଇଟ 

ଷ୍ଟିଲ କଳା ଭାସ୍କର୍ଯ୍ୟ 

ମନ୍ଦିରମାଳିନୀ ନଗରୀ ସହିତ 

କଳା ସ୍ଥାପତ୍ୟ ଭାସ୍କର୍ଯ୍ୟ ସଙ୍ଗୀତ 

ସବୁ ଭରପୁର ମୋ ରାଜ୍ୟ ଯହିଁ 

ତୁଳନା ତାହାର ନାହିଁ 

ଆର୍ଯ୍ୟଭଟ୍ଟ ପଠାଣିସାମନ୍ତ 

ମିଜାଇଲ ଜ୍ଞାନ ସହିତ 

ଖଣିଜ ସମ୍ପଦ 

କଞ୍ଚାମାଲ ରୂପେ ପରିଚିତ 

ସଂସ୍କୃତି ପରମ୍ପରା ସାହିତ୍ୟ 

କିଏ ହେବ ମୋ ରାଇଜ ସହିତ 

ମୋ ଦେଶ ନାମ ଭାରତ 

କହେ ଇତିହାସ ମହତ 

ଉତ୍କଳ ରାଇଜ ପରି କେ କାହିଁ 

ଏକତା ସୂତ୍ରେ ଗୁନ୍ଥି ଛତ୍ରେ 

ସଭିଏଁ ବନ୍ଧା କୋଣାର୍କ ଗାତ୍ରେ 

ସମୁଦ୍ର ପଠାରେ ଚିଲିକା କୂଳରେ 

ବନ୍ଦେ ଉତ୍କଳ ଜନନୀ ବୋଲାଇ

ଜୟ ସମଲେଇ ଭେଟଘାଟ କହି 

ମୋ ରାଇଜେ କେତେ ପର୍ବ 

ଖୁଦୁରୁକୁଣୀ ଠୁ ରଜ 

ବନସ୍ତେ ଡାକୁଛି ଗଜ 

ପୋଡ଼ପିଠା ଖାଇ 

ମାଟି ମାଆ ପାଦ ଛୁଇଁ 

ବସିବା ବଉଳ ତୁଳସୀ ମିତ 

ଗାଇ ବନ୍ଦେ ଉତ୍କଳ ଜନନୀ ଗୀତ


Rate this content
Log in

Similar oriya poem from Inspirational