STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଦାନ

ଦାନ

1 min
13


ଦାନ ଠାରୁ ନାହିଁ ପୁଣ୍ୟ 

ଶ୍ରମ ଦାନରେ ଏମର୍ତ୍ତ୍ୟ ଭୁବନ 

ସୁନ୍ଦର ଦିଶେ ଆବର୍ତ୍ତନ 

ଶ୍ରମର ଏ ବିବର୍ତ୍ତନ ସୋପାନ 

ଆଦିମରୁ କରିଛି ମହୀୟାନ

କଳା ସ୍ଥାପତ୍ୟ ଯାଦୁଗରୀ ଚିହ୍ନମାନ 

ସହର ନଗର ଗ୍ରାମ୍ୟ ଶୋଭାବନ 

କାରଣ କାରକ ବ୍ୟକ୍ତି ସମୂହ ଶ୍ରମ ଦାନ 

ଶ୍ରମ କରେ ଯିଏ ଶ୍ରମିକ ସିଏ 

କୃଷକ ସୈନିକ ରୂପେ ଭଗବାନ 

ଯେଉଁ କଳା ପାଇ ସ୍ଥପତି ବୋଲାଇ 

ଧରଣୀକୁ କରିଛି ଶିଳ୍ପୀ ସୁଶୋଭନ 

ଚିତ୍ର ଚୈତ୍ର କାରୁ କାର୍ଯ୍ୟ କୌଳିକ 

ଭାସ୍କର୍ଯ୍ୟ ଭିତରେ ମୌଳିକ ଉପାଦାନ

ଶ୍ରମ ଦାନ କରି ଶ୍ରମିକ ଦେହେ ଭଗବାନ 

 ଶ୍ରମିକ ଶିଳ୍ପୀକୁ ଭାଗ୍ୟବାନ କହି ଜୟଗାନ 

ହସ୍ତଶିଳ୍ପ ହେଉ ଅବା କାରିଗରୀ ଯାଦୁଗରୀ 

ଶ୍ରମର ଦେଖି ଯୌଗିକ ଯୁଗ୍ମ ଅବଦାନ 

ଆଜି ଏ ବିଶ୍ୱ ନୋହି ନିଶ୍ୱ ହେଇ ମହିୟାନ 

ଶ୍ରମର ଜୟ ଶ୍ରମିକ ଜିନ୍ଦାବାଦ ସ୍ଲୋଗାନ 

ଗାଇ ଗାଇ ଯିବା ଶ୍ରମ କରିଆଣିବାକୁ ଆଛାଦିନ ।।


Rate this content
Log in

Similar oriya poem from Abstract