ନବବର୍ଷ
ନବବର୍ଷ
ହଜିଯାଇଥିବା ସେଇ ମୁଠାକ ହସ
ଫରେଇଦେବ ନବବର୍ଷ
ତୃଷିତ ଓଠରେ ହସ ସାଙ୍ଗକୁ
ପଣାରେ ମେଣ୍ଟିବ ଶୋଷ
ଏମିତି ପଣା ଚଉରା ମୂଳେ ଧୂପ ଝୁଣା
ଦେଖି ମନ ହୃଦ ହର୍ଷ
ଛତୁଆ ପଣା ବିଞ୍ଚଣା ଦାନ ବ୍ରାହ୍ମଣଙ୍କୁ
ରଖି ପରମ୍ପରା ଫାଶ
ସଂକ୍ରାନ୍ତି ଭିତରେ ବିଷୁବ ସଂକ୍ରାନ୍ତି
ଦଣ୍ଡ ପାଣିତୋଳା ଶେଷ
ଦଣ୍ଡୁଆ ଭାଇଙ୍କ ଐଶ୍ଵର୍ଗିକ ଶକ୍ତି ବଳ
ହବିଷ କରିବା ଶେଷ
କିଏ ଚାଲେ ନିଆଁରେ,କଣ୍ଟା ପିଠିରେ
ଖାଇଫୋଡ଼ର ସେ ଦୃଶ୍ୟ
ମହାବିଷୁବରେ ସୂର୍ଯ୍ୟଙ୍କ ଉତ୍ତରା ଗତି
ବଦଳି ପ୍ରକୃତି ପରିବେଶ
ଜଗନ୍ନାଥ ବସି ରତ୍ନବେଦୀ ପରେ
ଆଖିରେ ଓଠରେ ତୃପ୍ତିର ହସ
ତୁଳସୀଙ୍କ ଉପରେ ଛାମୁଣ୍ଡିଆ ତଳେ
ଦେବାଦେବୀଙ୍କର ବାସ
ପ୍ରସ୍ତୁତ ହୋଇ ନାବକେଳି ପାଇଁ ସାଇଁ
ଚନ୍ଦନ ଜାତରେ ନିଦାଘ ହ୍ରାସ
ଆହେ ଜଗନ୍ନାଥ ତୁମ ସେବାରେ ଭକତ
ପୁରଣ କର ବାରେ ମନୋରଥ ଆଶ ।
