କାଠ
କାଠ
କାଠ ହୋଇଗଲେ ଉତ୍ତମ
ବଞ୍ଚିବାକୁ ସହଜ ଲୁଲଭ
ସହିବାକୁ ଦୁଃଖ ସୁଖ ଜଉଘର
ଠିକ ଲାଜକୁଳି ଲତାପରି
କଇଁଚ ପିଠିଆ ସରି
କାଠ ନିଜେ ନିଜ ଦେହକୁ ମାଜୁଥାଇ
ଛତୁ ଫୁଟୁ ନିଶ ଉଠୁ କାହାର କଣ ଯାଇ
କାଠ ନହେଲେ ତୁଠ
ନହେଲେ କୋଉ ବାଡ଼ି ମଠ
ବଞ୍ଚିବା ପାଇଁ କାଠ ହିଁ ନିଜ ସାହାରା
ଯେ ଅନ୍ୟର ହୋଇପାରେ ଆସରା
ପିମ୍ପୁଡି ନଦୀ ପାର ହୁଏ
କାଠ ଡ଼ଙ୍ଗା ହାଟ ଡ଼ଙ୍ଗା ସାଜି ନାଆ ବାହୁଥାଏ
ତା ଦେହରୁ ଜଗନ୍ନାଥ ଆର୍ଯ୍ୟ
ସେ ଭିତରେ କଳା ଓ ଭାସ୍କର୍ଯ୍ୟ
ତା ପାଇଁ ରୁଖା ଓ ବଇଠି
ବର୍ଜ୍ୟ କହି ରଦ୍ଦି ବୋଲି ପଡେ ଏଠି ସେଠି
ସଂସ୍କୃତି ପରମ୍ପରା ପ୍ରତୀକ ସାଜି
ସଜାଏ କେ ବୈଠକ ଘର ଗୋଟି
ପିଢା ବିନା ଶ୍ରାଦ୍ଧ ହୁଏନା କୋଉଠି
କାଠ ଚଉକିଟା ବାପାଙ୍କର ଜଗାଏ ସ୍ମୃତି
ବାପା ଥିଲେ ବୋଲି ସଭାରେ ହାରୁନଥିବା ପୁଅ
ଏବେ ଲଗାଉଛି ଗଛ
ଗଛ ବଞ୍ଚିଲେ ବାପାଙ୍କ ନାଁ ଗାଁ ଭେଟି
ଫେରିବ କାଠ ହୋଇ କାଠି ଯାତ୍ରା
ନବକଳେବର ପାଇଁ ଲଗାଅ ଲିମ୍ବ ଗଛ
ଏଠି ସେଠି ସବୁଠି
ଆମ୍ବ ପଣସ ବଉଳ ଗୋଟେ ଦି ଚାରୋଟି
କାଠ ନିଶ୍ଚେ ଦରକାର ଗଛ ନାକାଟି
କାଠ ପରି କାଠ ଦିଅଁ ହେବାକୁ ସାଉଁଟି
ଆପଣାଛାଏଁ ବଞ୍ଚିବାକୁ ଅନ୍ୟର ସାହାରା ଗୋଟି
କାଠ ହୋଇ ଚକା ଦିଅଁ ଚାହାଁନ୍ତି ଲେଉଟି
କାଠ ଭିତରେ ପରଂବ୍ରହ୍ମ ଦେଖିଛ କୋଉଠି ।।