STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଗୁଡ଼ି

ଗୁଡ଼ି

1 min
8


ଗୁଡ଼ି ପରି ଉଡି ଉଡି 

ଗାଇ ଗୀତ ପବନ ସଂଗୀତ 

ରଙ୍ଗରେ ଇନ୍ଦ୍ରଧନୁ ପରି 

ଲାଗେ ଆସୁଛି ବର୍ଷା ବାରି 

କେ ଦେଖେ ପକ୍ଷୀ ଉଡାଣ 

ଗୁଡ଼ି ତ ଲଚକମାଣୀ 

ସୂତାରେ ତା ମାଞ୍ଜା ରଞ୍ଜା ଖଞ୍ଜା 

କେବେ ଖୁସି ଭିଜା 

କେବେ ଦୁଃଖୀ ରାଜା 

କଲିକତି ଲଟେଇ କେବେ 

କେବେ ବି ଯାଦୁଗରୀ ଦେଖାଇ କରି 

କାଟିଦିଏ ସର କରି ଫୁର କରି ତଳେ ପଡି 

ଆର ଗୁଡ଼ି କହୁଥାଏ ହେଲି ଏତେ ସରି 

ପବନଟା ହଟହଟା ମୋର କି ଦୋଷ 

ହରେଇବା ହାରିବା ତ ଗୋଟେ ଅବଶୋଷ 

ଗୁଡ଼ି ପରି ଯିବା ଉଡି ନାହିଁ ରାଗ ଦ୍ୱେଷ 

ହିଂସା ରାଗ ଅବା ଭଗଶେଷ

ଆଜିକାଲି କେତେ ଗୁଡ଼ି 

ଭିର୍ନ୍ନ ମୋଡେ ଗଢି ଉଡି 

ଦେଖାନ୍ତି ଚଉକଷ ଭାବ 

ଲାଗେ ସତେ ଜଗନ୍ନାଥ ଦେଶ 

ଗୁଡ଼ି ପରି ଉଡି ଉଡି ଛୁଇଁବ ଆକାଶ 

ମେଘର ପରଶ ବୋଳି ଶୀତର ଦାଉ ଭାଳି 

ଗିରିଷମେ ମାଗିବ ସୂର୍ଯ୍ୟଙ୍କୁ ଚେନାଏ ହସ ।।



Rate this content
Log in

Similar oriya poem from Abstract